ରଙ୍ଗ
ରଙ୍ଗ
ଭାରି ତମେ ଦୁଷ୍ଟ ମନେ ଦେଲ କଷ୍ଟ
ଲଗାଇ ପ୍ରେମର ବତି
ହଳଦୀ ରଙ୍ଗରେ ମୋ ପ୍ରିୟା ଅଙ୍ଗରେ
ଝଟକୁଛି ହୀରା ମୋତି ।।
ସୂର୍ଯ୍ୟ ମୁଖି ଫୁଲ ମୋ ଆମ୍ବ ବଉଳ
ସନ୍ଧ୍ୟା ର ଅଗର ବତୀ
ପ୍ରେମର ସୁବାସ ଆସ ମୋର ପାସ
ହେମୋ ପ୍ରେୟସୀ ସାଥୀ ।।
ତମେ ମୋ କବିତା ମୁ ତୁମର ପଙ୍କ୍ତି
ଉପମା ଶବ୍ଦ ସମ୍ଭାର
ଅଳଙ୍କାର ପଦ ନ ଥାଏ ପ୍ରଭେଦ
ପ୍ରେମ ହିଁ ଏକା ମନ୍ଦିର ।।
ତମେ ଆସ ନିତି ବଧୂ ବେଶ ସାଜି
କଁଅଳ କିରଣ ସାଥେ
ମନ ଝରକାରେ ପଶି ଆସ ଧୀରେ
ହୃଦୟ ଦୁଆର ପଥେ ।।
ସଞ୍ଜ ହେଲେ ସାଥୀ ଚାଲି ଯା ଅ ନିତି
ଜହ୍ନ ଆଲୁଅ ରେ ଆସ
ଶୀତଳ ପରଶେ ପ୍ରୀତିର ବରଷେ
ମୋକୋଳରେ ଟିକେ ବସ ।।
ତାର ମାନେ ଦେଖି ହେଉଛନ୍ତି ଦୁଃଖି
ଈର୍ଷା ରେ ଯାଆନ୍ତି ଜଳି
ସୁରୁଜ କୁ ଯାଇ ଆକଟ କରନ୍ତି
କରନ୍ତି ମନରେ ଗାଳି ।।
ଖଦ୍ୟୋତ ବିଚରା ଜହ୍ନ ର ପୁତୁରା
ସକାଳ କୁ ଯାଏ କହି
ହେବୁନି ସକାଳ ପିରତିର ଖେଳ
ଦିନକ ଯାଆ ତୁ ସହି ।।
ଭାରି ତମେ ଦୁଷ୍ଟ ମନେ ଦେଲ କଷ୍ଟ
ଲଗାଇ ପ୍ରେମର ବତି
ହଳଦୀ ରଙ୍ଗରେ ମୋ ପ୍ରିୟା ଅଙ୍ଗରେ
ଝଟକୁ ଛି ହୀରା ମୋତି ।।
....... ××× .......

