ପ୍ରଥମ ଦେଖା
ପ୍ରଥମ ଦେଖା
ଭୁଲି ପାରୁନି ସେ ପ୍ରଥମ ଦିନକୁ
କରୁଥିଲ ତମେ ଓଷା
ମନ ଉଡୁ ଥିଲା ଗଗନେ ପବନେ
ବାନ୍ଧି ବାକୁ ଟିକେ ବସା।୧।
ଅପ୍ ସରି, ପରି ଦିଶୁଥିଲ ତମେ
ସାଙ୍ଗ ମେଳେ ଥିଲ ବସି
ଭାବନା ରାଇଜେ ଭସାଇ ଦେଲ ଯେ
ଦୂରକୁ ଗଲି ମୁ ଭାସି ।୨।
ଯତେ ଚେଷ୍ଟା କଲେ ଆସି ମୁ ପାରେନା
ଲାଗେ ଭାରି କାହିଁ ଖୁସି ?
ସାରା ଜୀବନ ମୁ ବୁଡି ରହିବାକୁ
ତୁମ ପ୍ରେମ ଚାହେଁ ବେଶି ।୩।
ଭୁଲି ପାରେନା ସେ ପ୍ରଥମ ଦିନକୁ
ଯେବେ ହେଇଥିଲା ଦେଖା
ମନ ଉଡୁଥିଲା ଗଗନେ ପବନେ
ବାନ୍ଧିବାକୁ ଟିକେ ବସା ।୪।
ତମ ବାଟ ଚାହିଁ ବସି ରହୁ ଥିଲି
କେବେ ଦେବ ତମେ ଦେଖା
ଡେରି ହେଲେ ଟିକେ ବିଚଳିତ ଲାଗେ
ମନ ପଡ଼ି ଯାଏ ଫିକା।୫।
ଜ।ଣ କି ନ ଜ।ଣ ମୋ ପ୍ରେମ ଭାବନା
ଦେଖା ଦିଅ ନାହିଁ ଏକା
ମନ କଥା ମୋର ମନେ ରହିଯାଏ
କହିବାକୁ ଲାଗେ ସଂକା।୬।
ଜାଣତରେ ହେଉ କିବା ଅଜାଣତେ
ଯେବେ ତମେ ଦିଅ ଚାହିଁ
ଆତ୍ମ ହରା ହୋଇ ପାଗଳ ହୃଦୟ
ତମକୁ ରହିଥାଏ ଚାହିଁ।୭।
ଭୋକ ଶୋଷ ସବୁ ଭୁଲି ମୁ ଯାଇଛି
ସେଇ ପ୍ରଥମ ଦେଖାରୁ
ମନ ସିଲଟ ରେ ନାମ ଲେଖି ଦେଲ
ପ୍ରଥମ ପ୍ରେମ ପାଠ ରୁ ।୮।
ସାଙ୍ଗ ସାଥି ସବୁ ଥଟା କରି ଥାନ୍ତି
ତମ ମୋ ନାଁ କୁ ଯୋଡ଼ି
ସେତେବେଳେ ମନ ଆକାଶେ ଉଡ଼ଇ
ସତେ କି ସେ ପ୍ରେମ ଗୁଡ଼ି ।୯।
ଭୁଲି ପାରୁନି ସେ ପ୍ରଥମ ଦିନକୁ
ଯେବେ ହେଇଥିଲା ବର୍ଷା
ପ୍ରେମର ବର୍ଷା ରେ ଭିଜି ଯାଇ ଥିଲି
ବାନ୍ଧି ବାକୁ ଟିକେ ବସା
ବାନ୍ଧି ବାକୁ ଟିକେ ବସା ।୧୦।
......×××.......

