STORYMIRROR

Bidyadhar Mantry

Abstract Romance Classics

3  

Bidyadhar Mantry

Abstract Romance Classics

ଧନ୍ୟ ଶ୍ରାବଣ

ଧନ୍ୟ ଶ୍ରାବଣ

1 min
187

ହେ,ଶ୍ରାବଣ

ତୁମକୁ ମାନିବାକୁ ହେବ

ତୁମର ସ୍ବଭାବ ସମ୍ପୁର୍ଣ୍ଣ ନିଆରା

ଯେବେ ବି ଆସ

ସଦଳବଳେ ସାଙ୍ଗ ସାଥି ସହିତ

ମୃଦୁ ମୃଦୁ ଶୀତଳ ସମୀର

ବିଜୁଳି ଆଲୋକ ,ଘଡଘଡି ଶବ୍ଦ

ଧରା ବକ୍ଷ ରେ ଆଲୋଡ଼ନ ସ୍ଥିତି।


ନିଦାଘ ପରେ ପରେ ହିଁ ତୁମ ଆଗମନ

ଶିଥିଳତା ର ପରଶ ପାଇଁ ଇଚ୍ଛୁକ ସଭିଏଁ

ଠିକ୍ ସେତିକି ବେଳକୁ ତୁମର ଦର୍ଶନ

ତୁମ ଆଗମନ ର ନାଁ ହିଁ ଯଥେଷ୍ଟ

ଉତ୍ତପ୍ତ ଧରଣୀ , ତାପ ରେ ପୀଡ଼ିତ

ଅତିଷ୍ଟ ଜୀବ ଜଗତ 

ସବୁରି ଆଶା ଭରଷା ତୁମ ଆଗମନର ବାର୍ତ୍ତାରେ ।


ବର୍ଷାର ରିମ୍ ଝିମ୍ ତାଳରେ

ନାଚି ଉଠେ ଶୁଷ୍କ ମରୁଭୂମି

ନୂତନ ପଲ୍ଲବ ରେ ତରୁ ତୃଣ ଶୋଭା

କୃଷକ ଭାଇର ଖୁସି କହିଲେ ନ ସରେ।


ଭସା ବାଦଲ ରୁ ଝରି ପଡ଼େ ବର୍ଷା

ଉଡ଼ି ଉଡ଼ି ଯାଏ ମେଘ ,ଏଠାରୁ ସେଠାକୁ

ଲୁଚକାଳି ଖେଳ ସୂର୍ଯ୍ୟ ଓ ଚନ୍ଦ୍ରର

ଦେଖିବାକୁ ମଜା ଦିନ ଓ ରାତି ରେ।


ଇନ୍ଦ୍ରଧନୁର ଆବିର୍ଭାବ ଶୋଭା କୁ ବଢ଼ାଏ 

ଖରା ବର୍ଷାର ଛାଇ ଆଲୁଅରେ

ଆପେ ଆପେ ଆଖି ଲାଖି ରହେ

ସପ୍ତରଙ୍ଗ ଦେଖିବାକୁ ମୁକ୍ତ ଆକାଶରେ।


ବର୍ଷାରେ ତ ସବୁ ଓଦା ଓଦା

ଓଦା ହେଲେ ପ୍ରିୟାକୁ ସରଧା

ପ୍ରେମର ଅଗଣା ଖୋଲି ପ୍ରତୀକ୍ଷା,ପ୍ରତୀକ୍ଷା

ପ୍ରତୀକ୍ଷା ର ଅନ୍ତ ବି ହୁଏ

ଯେବେ ପ୍ରେମିକ ର ମିଳେ ଉଷ୍ମ ସ୍ପର୍ଶ।


ହେ ଶ୍ରାବଣ,

ତୁମ ନାଁ ହିଁ ମତୁଆଲା ,ମହକ ନିଆରା

ଧନ୍ୟ ତୁମର ଗୁଣ ଓ ଗାରିମା

ଧନ୍ୟ ସୃଷ୍ଟିକାରୀ,ଯିଏ ସୃଷ୍ଟି ଭିଆଇଛି

ଶ୍ରାବଣ କୁ ଧନ୍ୟ ର ମାନ୍ୟତା ମିଳିଛି,ମିଳୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract