STORYMIRROR

ଲବଦାନ ନାଏକ

Romance

3  

ଲବଦାନ ନାଏକ

Romance

ପହିଲି ବର୍ଷାର ଛିଟା

ପହିଲି ବର୍ଷାର ଛିଟା

1 min
133

ସେ ଦିନର ସେହି ପହିଲି ବରଷାର ଛିଟା

ମଧୁ ଠାରୁ ପୁଣି ଲାଗୁଥିଲା ସେହି

ଆହୁରି ଅଧିକ ମିଠା

ସେ ଦିନର ସେହି ପହିଲି ବରଷାର ଛିଟା ||

ସୂର୍ଯ୍ୟ ଦେବଙ୍କ ପ୍ରଖର ଉତ୍ତାପରେ

ଆଉଟୁ ପାଉଟୁ ହଉ ଥିବା ଏ ପ୍ରାଣରେ

ଭରି ଦେଇ ଥିଲା ଶୀତଳତା

ସେ ଦିନର ସେହି ପହିଲି ବରଷାର ଛିଟା ||

ଯେବେ ଅଣ ନିଶ୍ୱାସି ହୋଇ ଯାଇଥିଲୁ ଆମେ

ଏହି ଗାଡି ମଟର, କଳ କାରଖାନାର

 ସେହି ଦୁର୍ଗନ୍ଧ, ଦୂଷିତ ବାୟୁ, ପାଇଁ

ତେବେ ଆସିଥିଲା, ସେଏ ଆମରି ପାଖକୁ

ଏକ ନୂଆ ମଡ ନେଇ ||

ସେହି ପହିଲି ବର୍ଷାର, ପ୍ରଥମ ଛିଟାର ପ୍ରଥମ ସ୍ପର୍ଶରେ

ପୁଣି ସବୁଜରେ ପୂର୍ଣ୍ଣ ହେଲା ଏ ଶୁଖା ଭୂଇଁ 

ଅଣ ନିଶ୍ୱାସୀ ଏ ପ୍ରାଣେ ଟିକିଏ ନିଶ୍ୱାସ ମିଳିଲା

ଏହି ମାଟିର ସୁଗନ୍ଧ କ୍ଷଣିକ ପାଇ ||

ସେ ଦିନ ସେହି ପହିଲି ବର୍ଷାର ସ୍ୱାଦ

ଚାଖୁ ଥିଲା ବେଳେ 

ପ୍ରଥମ କରି, ଦେଖି.. ଥିଲି ମୁଁ ତମକୁ 

ସେହି ଛାଇ ଅନ୍ଧାରିଆ କୁହୁଡି ଭିତରେ 

ଯେବେ ଖେଳୁ ଥିଲ ତମେ ପାଣି ବିନ୍ଦି ମାନଙ୍କ ସାଥିରେ 

ଠିଆ ହୋଇ ଘର ବାରଣ୍ଡାପାଖରେ ||

ତେବେ ଏହି ପହିଲି ବର୍ଷାର ପାଣିର ଛିଟା 

ତମ ସାରୁ ପତରିଆ ଗୋରା ଦେହରେ 

ଲାଗି ରହିନ ପାରିଲା, କ୍ଷଣିକ ସମୟ ପାଇଁ

ତେବେ ସରମରେ ସିଏ ଚାଲିଯାଉଥିଲା

ତଳ ମୁହାଁ ଯେ ହୋଇ ||

ତମକୁ ଦେଖୁ ଦେଖୁ ମୁହିଁ ନପାରି ରହି

ଧାଇଁ ଆସିଥିଲି ପ୍ରିୟେ ମୁଁ ତମରି ପାଖରେ

ଆମେ ଦୁହେଁ, ମତୁଆଲା ହୋଇ

ଦେହକୁ ଆମର, ଦେଇ ଥିଲୁ ଯେ ଭିଜେଇ

ଏହି ପହିଲି ବରଷାର ପ୍ରଥମ ଛିଟାରେ ||

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance