ଆମ ଗାଁ ମୁଣ୍ଡର ବରଗଛ
ଆମ ଗାଁ ମୁଣ୍ଡର ବରଗଛ
ଜଟଜେ ତାହାରି ପାଦରେ ଛୁଉଛି
ଛାତିରେ ପଡୁଛି ଦାଢ଼ି
ବୃଦ୍ଧ ହୋଇ ପଛେ ହେଇ ପାରୁଅଛି
ସଭିଙ୍କର ଉପକାରୀ ।
ଗ୍ରୀଷ୍ମ, ବର୍ଷା,କେତେ ଶୀତ କୁ ଶଇ
ଗ୍ରାମର ମୁଣ୍ଡେ ରହି ଆସୁଅଛି ସେଇ
ନିଜ ଦେହକୁ ଗ୍ରୀଷ୍ମ ଉତାପରେ ଜଳେଇ
ଅନ୍ୟଙ୍କୁ ଦେଉଛି ଛାଇ ।
ସାଜି ସେ ଛତ୍ର ବାଟଇ ଙ୍କର
ଦେଉଅଛି ତାଙ୍କୁ ଛାଇ
ଭୁଲିନି ଆଉ ଭୁଲି ପାରିବିନି
ତା ଉପକାର କେବେ ମୁଇଁ ।
ଜଟ ଧରି ତା'ର ଝୁଲନ୍ତି ନୀତି
ମୋ ପ୍ରିୟ ଭଉଣୀ ଭାଇ
ଦେଖିଲେ ସେ ଦୃଶ୍ୟ ଆନନ୍ଦ ରେ ମନ
ନାଚି ଉଠେ ଥେଇ ଥେଇ ।
ପିଲା ଠାରୁ ବୃଦ୍ଧ ସଭିଏଁ ମିଶି
ବସି ଥାନ୍ତି ସେ'ଠି ଯାଇଁ
ଆନନ୍ଦ ରେ ଦିନ ବିତାନ୍ତି ସଭିଏଁ
କେତେ ଗପ ସପ ହୋଇ ।
ଗାଁ ବୈଜ୍ୟଷ୍ଟ ଗଡ଼ ପଦାକୁ କାଡ଼ିଲେ
ଯାଆନ୍ତି ସେ ବାଟ ଦେଇ
ଯିବା ଆସିବା ବେଳେ ମୁଣ୍ଡିଆ ଟେ ପକାନ୍ତି
ମନେ ମନେ କିଛି କହି ।
ଲୋକ କୁହା କଥା ଏ ବୃକ୍ଷେ କଉ ଆଡେ
ଆମ ଗ୍ରାମ ଦେବି ବାସ କରନ୍ତି
ଗ୍ରାମ କୁ ଆସିବା ଯେତେ ସବୁ ସଙ୍କଟ
ଏହୁଠୁ ହିଁ ତଡି ଦିଅନ୍ତି ।
କାଇଁ କେତେ କାଳ ହେଲା ଠିଆ ହୋଇଅଛି
କେବେ ତାକୁ କିଏ ଥକିବାର ଦେଖି ନାହିଁ
ସଦା ସର୍ବଦା ସେ ଲାଗି ଯେ ରହିଲା
ଅନ୍ୟଙ୍କର ସେବା ପାଇଁ ।
