ପ୍ରଶ୍ନ
ପ୍ରଶ୍ନ
ପ୍ରଶ୍ନ ଦିନେ ପ୍ରଶ୍ନ କଲା ମତେ
ତୁ ଯେଉଁ ଏହି ଦୁନିଆକୁ ପ୍ରଶ୍ନ କରୁଅଛୁ
ସେହି ପ୍ରଶ୍ନର ଉତ୍ତର
ତୁ କି ଦେଇ ପାରିବୁ କହ ମତେ
ଆଜି ତୋହରି ପ୍ରଶ୍ନ ମୁଁ ପଚାରୁଛି ତତେ
ତୁ ଯେଉଁ ଏହି ଦୁନିଆକୁ ନିନ୍ଦା କରୁଅଛୁ
ତାକୁ ବାରମ୍ବାର ପ୍ରଶ୍ନ କରୁଅଛୁ
ହେ ଦୁନିଆ, ତୁ କ'ଣ ଦେଇଛୁ କହ ମତେ
ମାନୁଅଛି ମୁହିଁ ଏହି ଦୁନିଆଟା କେବେ
କିଛି ଦେଇ ନାହିଁ ତତେ
କିନ୍ତୁ ତୁ ନିଜେ ଏହି ଦୁନିଆକୁ, କ'ଣ ଦେଇଛୁ
ଦୟା ପୂର୍ବକ ଟିକିଏ, କହି ପାରିବୁ କି ମତେ ?
ପ୍ରଶ୍ନ ଦିନେ ପ୍ରଶ୍ନ କଲା ମତେ
ତୁ ଯେଉଁ ଏହି ଦୁନିଆକୁ ପ୍ରଶ୍ନ କରୁଅଛୁ
ସେହି ପ୍ରଶ୍ନର ଉତ୍ତର
ତୁ କି ଦେଇ ପାରିବୁ କହ ମତେ |
ତୁ ଏହି ଦୁନିଆକୁ ସିନା ସ୍ଵାର୍ଥୀ କହି
ତା ଉପରକୁ ଆଙ୍ଗୁଳି ଉଠାଉଛୁ
କିନ୍ତୁ ତୁ ନିଜେ କେତେ ସଚ୍ଚଟ ରହିଛୁ
ସେ କଥା କହି ପାରିବୁକି କହ ମତେ |
ଦିନେ ଆପଣା ପ୍ରେମକୁ,ନିଜ ଗୋଡ଼ରେ ଏଡ଼େଇ
ଆଉ କାହା ମିଛ ପ୍ରେମ ପଛେ,ଗଲୁ ତୁ ଗଡେଇ
ଆଉ ତା' ପ୍ରେମକୁ ପାଇବାରେ
ଯେବେ ବିଫଳ ରହିଲୁ
ତେବେ କହୁଅଛୁ ତାକୁ ସ୍ୱାର୍ଥପର
ଧୋକାବାଜ ଟିଏ ବୋଲି |
ପ୍ରଶ୍ନ ଦିନେ ପ୍ରଶ୍ନ କଲା ମତେ
ତୁ ଯେଉଁ ଏହି ଦୁନିଆକୁ ପ୍ରଶ୍ନ କରୁଅଛୁ
ସେହି ପ୍ରଶ୍ନର ଉତ୍ତର
ତୁ କି ଦେଇ ପାରିବୁ କହ ମତେ |
ତୁ ଯାହାକୁ ଆଜି ଧୋକାବାଜ କହି
ସ୍ୱାର୍ଥ ପରର କଳଙ୍କ ଲଦୁଛୁ
ସତରେ କ'ଣ ସ୍ୱାର୍ଥ ନଥିଲା
ତୋ ଦେହେ କେବେ |
ଆଉ ଯଦି, ତୋ ପ୍ରେମରେ କେବେ
ସ୍ୱାର୍ଥ ହିଁ ନଥିଲା, ତେବେ କହ
ତର ସେହି ବାପା ମାଆଙ୍କର
ନିଃସ୍ୱାର୍ଥ ସେହି ପବିତ୍ର ପ୍ରେମକୁ
କାହିଁ ବୁଝିନ ପାରିଲୁ ତେବେ |
ଆଉ ଯଦି ଅବା ବୁଝି ପାରୁଥିଲୁ
ତେବେ ତାଙ୍କ ପ୍ରେମକୁ ଛାଡି
ଆଉ କାହା ପ୍ରେମ ପଛରେ
ଚକର କାଟୁ ଥିଲୁ କାହିଁ ତେବେ |
