STORYMIRROR

ଲବଦାନ ନାଏକ

Romance

4  

ଲବଦାନ ନାଏକ

Romance

କେମିତି ଜଣେଇବି ମୁଁ ମୋ ମନର ଭାବ

କେମିତି ଜଣେଇବି ମୁଁ ମୋ ମନର ଭାବ

1 min
219

ଦୀର୍ଘ ଦିନ ହେଲା ତମ ପଛରେ ପଡିଛି

  ଟିକିଏ ଦେଉନ ମୋ ଆଡ଼େ ଧ୍ୟାନ

  କହି ଦିୟ ପ୍ରିୟା କାହିଁକି ମୋ ପ୍ରତି

     ତମର ଏତେ ଅଭିମାନ ।


  ବସନ୍ତ ଋତୁର ମଳୟ ପବନ ମାଧ୍ୟମେ

 ତମଦେହ' ବାସ୍ନାର ସ୍ପର୍ଶ ପାଇ ଥିଲି ଯେଉଁଦିନ

  ସେହି ଦିନ ପରଠୁ ସେ ବାସ୍ନାର ସାଗରେ 

    ବୁଡି ଯାଇଅଛି ମୋର ମନ ।


 ଯେବେ ଶୋଇବାକୁ ଗଲେ ନିଦ ବଦଳରେ

  ଏ ଆଖି ଦେଖେ ଖାଲି ତମରି ସ୍ବପ୍ନ

   ଜାଣିମୁ ପାରୁନି ଏହି ସବୁ କିଛି

  କେଜାଣି କେଉଁ ରୋଗର ଯେ ଲକ୍ଷଣ ।


  ଛପି ଛପି ନୀତି ସପନରେ ଆସି

 କେତେ ଦୁଷ୍ଟାମୀ କରୁ ଅଛ ସାଥେ ମୋର 

  ସତ ସତିକା କେବେ ଘଟିବ ସେ ସବୁ 

   ଜଗି ବସିଅଛି ମୁଁ ସେହି ଦିନ ।


   କାହିଁ କେତେ ଦିନୁ କହିବି ଭାବୁଛି

     ମନ କଥାଟାକୁ ମୋର

  କାଳେ ତମେକିଛି କହି ଦେବ ଭାବି

     ଲାଗୁଅଛି ମୋତେ ଡର ।


  ତାହାଠୁ ଅଧିକ ଅନ୍ୟ ବିଷୟ ପ୍ରତି

     ଲାଗୁ ଅଛି ମୋତେ ଭୟ

   କାଳେ କିଏ ମୋ ପୂର୍ବରୁ ଆସି

  ତମକୁ ତା' ମନ କଥା କହିଦବ ।


  ସେଥିପାଇ ମୁହିଁ ସ୍ଥିର କରି ନେଲି

 ଜଣେଇ ଦେବି ବଲି ମୋ ମନର ଭାବ

 କିନ୍ତୁ ଠିଆ ହୁଏ ଯେବେ ତମ ସମୁଖରେ

      ମଥା ମୋ ନଇଁ ଯିବ ।


  କେମିତି ଜଣେଇବି ଏମନ୍ତ ସମୟେ

     କୁହ ମ ମୋ ମନର ଭାବ

ଭାରି ଡର ଲାଗେ ମୋତେ କାଳେ କହିନ ପାରି

 ଏକ ତରଫା ହୋଇ ରହିଯିବ ମୋର ପ୍ରେମ ।


Rate this content
Log in

Similar oriya poem from Romance