STORYMIRROR

ଲବଦାନ ନାଏକ

Children

3  

ଲବଦାନ ନାଏକ

Children

ତୁମେ ହିଁ ଈଶ୍ୱର

ତୁମେ ହିଁ ଈଶ୍ୱର

1 min
141


ବହୁଦିନରୁ ଏକ ଭ୍ରମରେ ମୁଁ

ରହି ଆସୁ ଥିଲି

ମୁଁ ଭାବୁଥିଲି ଗୁରୁ ଏକ ଅବତାର

କିନ୍ତୁ ସେହି ଭ୍ରମ ମୋର ଦୂର ହେଲା

ଯେବେ ଜାଣି ପାରିଲି,

ଗୁରୁ ଅବତାର ନୁହନ୍ତି

ସେ ହିଁ ଶାକ୍ଷାତ ଈଶ୍ୱର |

ଗୁରୁଦେବ ସେହି ଦିନ କଥା

ମୋର ଆଜି ବି ମନେ ଅଛି

ସେଦିନର ସେ ଘଟଣା ଆଜିବି 

ଏକ ଅଭୁଲା ସ୍ମୃତି ହୋଇ

ମୋ ହୃଦୟର କେଉଁ ନିଭୃତ କୋଣରେ

ସାଇତି ରହିଛି |

ଯେବେ ମୁଁ କଞ୍ଚା କାଦୁଅ ଥିଲି

ସେବେ ମୋ ବାପାମାଆ ତୁମ

ନିକଟରେ ମୋତେ ସମର୍ପଣ କରିଦେଇଥିଲେ |

ତମେ ସେହି କଞ୍ଚାମାଟି ପିଣ୍ଡୁଳାକୁ

ସୁନ୍ଦର ମୂର୍ତ୍ତି କରି ଗଢିଲ

ପୁଣି ତାକୁ ଚାଲିବାର ବାଟ ଦେଖାଇଲ |

ଗୁରୁ ନାମର ଯେଉଁ ଦୁଇଟି ଅକ୍ଷର

ଶୁଣିଲା କ୍ଷଣି ସେହି ଦିନର ସେ ଦୃଶ୍ୟଟି 

ଏହି ମୋ ଆଖି ଆଗରେ ନାଚି ଉଠେ |

ମୁଁ କେବେ ଭୁଲି ପାରିବିନି

ସେ ଦିନର ସେହି ଦୃଶ୍ୟକୁ 

ଯେଉଁ ଦିନ ମୁଁ ପ୍ରଥମ କରି

ଅକ୍ଷର ଶିକ୍ଷା ଆରମ୍ଭ କରିଥିଲି,

ଯେଉଁଦିନ ତୁମେ,

ମୁଁ ଧରୁଥିବା ସେହି

ଚକ ଉପର ଅଂଶକୁ ଧରି 

ସିଲେଟ ଉପରେ ଅକ୍ଷର ଲେଖିବାର 

ଅଭ୍ୟାସ କରେଇଥିଲ |

ମୁଁ ଯେବେ ଯେବେ ଅବାଟକୁ ଯାଉଥିଲି

ସେବେ ସେବେ ମୋତେ

ସଠିକ ମାର୍ଗ ଦେଖାଉଥିଲ

ମୁଁ ଯେବେ କିଛି ଦୁଷ୍ଟାମି କରୁଥିଲି

ସେବେ ତମେ ମୋତେ ଆବଶ୍ୟକ ସ୍ଥଳେ

 ଦୁଷ୍ଟାମି ପାଇଁ ଦଣ୍ଡିତ ମଧ୍ୟ କରୁଥିଲ

ସେବେ ମୁଁ ତୁମ ଉପରେ ଅତ୍ୟନ୍ତ ରାଗୁଥିଲି

କାରଣ ମୁଁ ସେତେବେଳେ ଜାଣିନଥିଲି

ନିମ୍ବ ପତ୍ରରେ ରହିଥିବା ସେହି ମହତ ଗୁଣ |

ତୁମେ ଦକ୍ଷିଣା ସ୍ୱରୂପ ମାଗିପାର

ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି

କିନ୍ତୁ ତା' ପ୍ରତି ବଦଳରେ ତମେ ଦେଇପାର

ଚିର ଅମର ବର ,

ତୁମ ପ୍ରତିଟି କାମନା ଭିତରେ

ଲୁଚି ରହିଥାଏ ଏକ ମହତ ଉଦ୍ଦେଶ୍ୟ 

ସେହି ଉଦ୍ଦେଶ୍ୟକୁ କେମିତି ବା ବୁଝି ପାରିବ

ମୋ ପରି ଅକିଞ୍ଚନ ଛାର ନର |













ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children