ଫେରି ଆସନ୍ତାକି ସେ ପିଲାଦିନ
ଫେରି ଆସନ୍ତାକି ସେ ପିଲାଦିନ
କେଡ଼େ ମନୋହର ଥିଲା ସେହିଦିନ
ଯେବେ ମାଆ ଲୁଗାକାନିରେ ରହିଥିଲା ମନ
କେତେ ଖୁସିରେ ଭରି ଯାଉଥିଲା ମନ
ଯେବେ ମାଆ କଳେ ଆମର କଟୁଥିଲା ଦିନ |
ଆଜିକାହିଁ ଭାରି ମନେ ପଡୁଅଛି
ମତେ ସେହି ପଛଦିନ
ପୁଣି ଦେଖିଥିବା ସେହି ମାଆ କଳେ ଶୋଇ
ଯେତେ ସବୁ ସପନ |
କେଜାଣି କାହିଁକି ଆଜି ମାଆକଳେ ଟିକିଏ
ଶୋଇବାକୁ ଭାରି ମନ
ଦେଖି ବାକୁ ଇଛା ପୁଣି ଏହି ମୋ ଆଖିରେ
ଅନେକ କିଛି ସପନ |
ଭାରି ମନେ ପଡ଼େ ମତେ ସେହି
ପିଲା ମେଳ,ପିଲା ଖେଳ
ଭାରି ମନେ ପଡ଼ିଯାଏ ମୋତେ ସେହି
ସାଙ୍ଗ ମେଳରେ ଛଟ ଛଟ କଥାକୁ ନେଇ
ହଇଥିବା ସବୁ କଳାହଳ |
କାହିଁକି କେଜାଣି ଆଜି ସେହି ପଛଦିନକୁ
ଫେରିଯିବାକୁ ମୋର ମନ
ମନେ ମନେ ମୁହିଁ ଡାକୁଅଛି କେତେ
ଫେରି ଆସନ୍ତା କି ସେ ପିଲାଦିନ |
ସିଏ ଥିଲା ପୁଣି ଏମିତି ଏକ ଦିନ
କେବେ ବିଦ୍ୟାଳୟକୁ ନ ଯିବାକୁ ମନ
ସେଏ ପୁଣି ଥିଲା ଏମିତିଏକ ଦିନ
ପାଠରେ ଜମା ନଥିଲା ମୋର ଧ୍ୟାନ |
ସେହି ଈଶ୍ୱର ଜାଣନ୍ତି ଗୁରୁ,ଗୁରୁମା ଙ୍କ ଆଗରେ
କେତେ ଯେ ଆଣ୍ଟେଇ
କେତେ ଧରି ଅଛି ନିଜ କାନ
ସେହିଥି ପାଇଁପରା ଏହି ହାତେ ମୋର
ଧରିବାକୁ କଲମ ହଇପାରିଛି ସକ୍ଷମ |
ସେ ଥିଲା ଗୋଟେ ବେଳ,ଖେଳ ବାହାନାରେ
ମୋ ଚାରି ପାଖରେ ଲାଗି ରହୁଥିଲା ସାଥି ମେଳ
ଆଜି କାହିଁଗଲା ସେହି ଖେଳ ପୁଣି
କାହିଁ ସେ ସାଥି ମେଳ
ବାହୁଡ଼ିଲେ ସଭିଁ ଯେ ଯାହା ବାଟରେ
ଛାଡ଼ି ଦେଇ ମୋତେ ନିର୍ଜନ ହାଟରେ |
ଏଠି ଭେଟ ହୋଇ ଭାବ ବିନିମୟ ପାଇଁ
ବେଳ ନାହିଁ ଜମା କାହା ପାଖରେ
ଯେତେ ସବୁ ଭାବ ଆଦନ ପ୍ରଦାନ
ଚାଲି ଅଛି ପରା ଫୋନ ରେ |
ଭାରି କଷ୍ଟ ଲାଗେ ଯେବେ ସେ କଥା ଭାବିଲେ
ହୃଦୟରେ ମୋର ଧୂଆଁ କୁହୁଲେ
ଅମାନିଆ ଏମନ ବହୁତ କାନ୍ଦେ
କିନ୍ତୁ ଯେତେ କାନ୍ଦିଲେ ବି ଏଆଖିରୁ ଲୁହନ ଝରେ |
ଆଖିରୁ ଲୁହ ଟିକିଏ ଝରିଲେ ସିନା
ସେ ଲୁହର ଧାର ମୋ ହୃଦ ଜ୍ୱାଳା କୁ ଲିଭେଇ
ମୋ ମନର କଷ୍ଟ ଦୂର କରନ୍ତା
ଆଉ କି ସେ ପିଲାଦିନ,ପିଲାମନ ଅଛିଯେ
ଏଡ଼ିକି ଟିକିଏ କଥାରେ
ମୋ ଆଖିରୁ ପୁଣି ଲୁହ ଝରିବ |
ଆହୁ ନାହିଁ ମର ସାହସ
କରିବାକୁ ଏ କଷ୍ଟର ସୟନ
ନୀରବେ ମୁ କେତେ ଡାକୁ ଅଛି ନିତି
ଫେରି ଆସନ୍ତା ସେ ପିଲାଦିନ |
