STORYMIRROR

ଲବଦାନ ନାଏକ

Others

4  

ଲବଦାନ ନାଏକ

Others

ତୁ ମୋର ଦେଶ

ତୁ ମୋର ଦେଶ

1 min
226

ତୁ ମୋର ଦେଶ, ତୁ ମୋର ମାଟି

ତୁ' ହିଁ ମୋର ଜନମ ଭୂଇଁ

ତୋହରି ପାଇଁ..ମା

କେତେ ଦେଶ ପ୍ରେମୀ

ଦେଇ ଗଲେ ପ୍ରାଣ ବଳି |


ମା ତୋ ସେବା ମୁଁ କରୁଥିବି 

ମାଆ ଗୋ ତୋହରି ସେବା ମୁଁ କରୁଥିବି 

ରହିଥିବ ଯେତେ ଦିନ

ଦେହରେ ମୋର ପ୍ରାଣ ଏହି |


ତୋ ସେବା କରୁ କରୁ ଯଦି ମୁଁ କେବେ

ଏହି ଦୁନିଆରୁ ବିଦାୟ ନିଏ

ତେବେ ତୁ ଜମା ମନ ଦୁଃଖ କେବେ 

କରିବୁ ନାହିଁ

ପୁଣି ଥରେ ମୁଁ ତୋ'କୋଳେ 

ଜନମ ନେବି ଗୋ

ତହରି ସେବା କରିବା ପାଇଁ |


ଦିନେ ଫୁଲ ଟିଏ ହୋଇ

ଫୁଟି ମୁହିଁ ମା ଗୋ

ତୋ ଦେହରେ ବାସୁଥିବି

ଧୂସର ଭୂଇଁରେ, ସବୁଜ ଘାସ ହୋଇ

ଏହି ମୋ ଦେଶରେ 

ପ୍ରଗତି ଓ ସମୃଦ୍ଧିର ପ୍ରତୀକ ହେବି |


ଦିନେ ନଦୀ ଟିଏ ହୋଇ

ବହି ବହି ମୁହିଁ

ପାଦ ତୋର ଧଉ ଥିବି

ତୋ ଦେହର ମଳି ଆଉ କଳଙ୍କ

ସବୁ ମୋ ଦେହରେ ହଜେଇ ଦେବି |


ଶେଷ ଇଚ୍ଛା ମୋର

ପୂଜିବି ମୁଁ ତୋତେ, ସେ ଥର

ଏହି ମୋର ଜୀବନରେ 

ଏତିକି ଆଶିଷ ମାଗୁଛି ମା'ଗୋ 

ପୁରା କର ମୋର ଥରେ

ତର ପାଦ ସେବା କରି ଆସୁଥିବି 

ମୁହିଁ ଜନମି ତୋହରି କୋଳେ |


Rate this content
Log in