ୱା କି ଚମତ୍କାର ତୋ ଅଭିନୟ
ୱା କି ଚମତ୍କାର ତୋ ଅଭିନୟ
ଏ କଥାତ ମୁଁ ଜାଣିଥିଲି
ଝିଅ ମାନଙ୍କୁ ଛଟ ଛଟ କଥାରେ ଲୁହ ଆସିଯାଏ
କିନ୍ତୁ ଏ କଥା କେବେ ଜାଣି ନଥିଲି
ମିଛି ମିଛି ଠାରେ ମଧ୍ୟ
କିଏ ତା ନିଜ ଦେହକୁ ଆଘାତ କରି ପାରେ ।
ଥରେ କୁହ କିଏ ମତେ! ଏମିତି ନାଟକ କୁ
କିଏ ଅବା ନାଟକ କହି ପାରିବ
ଯେଉଁ ନାଟକରେ ନାୟିକାର ଚରିତ୍ର
ଏହି ପରି ଯେ ହୋଇଥିବ ।
ସେହି ନାଟକର ଥିଲିମୁ ନାୟକ
କିନ୍ତୁ ଜାଣିମୁ ନଥିଲି ଏହା ଥିଲା ବଲି ନାଟକ
ଆଉ କେବେ ଭାବି ନଥିଲି ମୋ ଜୀବନରେ
ଏ ପରି ନାୟିକା ସାଥିରେ ହେବ ବଲି ଭେଟ ।
ବହୁତ ଖୁସି ଲାଗିଲା ତ ସାଥେ ହୋଇ କରି ଭେଟ
ବହୁତ ଭଲଥିଲା ସେଇ ବିତିଥିବା ମୁହୂର୍ତ୍ତ
କିନ୍ତୁ ସେ ସବୁ ଅଭିନୟରେ ସୀମିତ
ବାସ୍ତବରେ ସେତ ଦେଲା ଅଧିକ କଷ୍ଟ ।
ସମସ୍ତଙ୍କ ଠାରୁ ବେଷ ଭିନ୍ନ ଥିଲା ଏ ନାଟକ
କାରଣ ଏହି ନାଟକରେ କିଏ ନଥିଲେ ପ୍ରଜଜକ
ଏ ନାଟକର କିଏ ନୁହନ୍ତି ଲେଖକ
ସେଥିପାଇଁ ଏ କାହାଣୀ ବଧେ ଦୁଖାନ୍ତକ ।
ଏହି ନାଟକର କାହାଣୀ ଲେଖିବାକୁ ମୁଁ
ଆରମ୍ଭ କରିଥିଲି ସତ
କିନ୍ତୁ ଶେଷ କରିବାର ଥିଲା
ଆଉ କାହାର ଦାୟିତ୍ୱ ।
ସେଥିପାଇଁ ଶୁଖାନ୍ତକ ବଦଳରେ ବଧେ
ହେଲା ଦୁଖାନ୍ତକ ।
ଧନ୍ୟ ସେହି ଗୁରୁ ଯିଏ ତମକୁ ଶିଖେଇ ଥିଲା
ଏ ପରି ଅଭିନୟ
ଯେଉଁ ଅଭିନୟରେ ଜମା ନଥିଲା
ଟିକିଏ ତ୍ରୁଟି ଗୁଣ ।
ମୁଁ ଯଦି ରହି ଥାନ୍ତି କଉ ଉଚ୍ଚ ପଦବୀରେ
ପୁରସ୍କୃତ କରି ଥାନ୍ତି ତମକୁ ନିଶ୍ଚିତ ଭାବରେ
ରହି ଥିଲେ ପଛେ ନିଜେ
ଯେତେବି ଦୁଃଖରେ ।
ଶେଷ ଥର ପାଇଁ ଶେଷ କଥା ପଦେ
କହିବି ଯଦି ଶୁଣିବ
ଦୟା ପୂର୍ବକ ଏ ଭଳି ଅଭିନୟ
ଆଉ କାହା ପାଖରେ ନ କରିବ ।
ଆଉ କାହାଠାରେ ଏ ପରି ଅଭିନୟ
ଯଦି ତମେ କରି ଦବ
ନିଶ୍ଚିତ ଅଛିମୁ ଏହି ଦୁନିଆ ଠାରୁ ସେ
ସବୁଦିନ ପାଇଁ ଛୁଟି କାଟି ଚାଲିଯିବ ।
ମନରେ ତମରି ରହିଥିବ ଯଦି
ଟିକିଏ ବି ମାନବ ଭାବ
ଦୟା ପୂର୍ବକ ମସାଥେ ଯାହା କରିଥିଲ
ସେମିତି ଆଉ କାହା ସାଥିରେ ନ କରିବ ।
