ଆସିଅଛି ଏବେ ରଜ ମଉଜ
ଆସିଅଛି ଏବେ ରଜ ମଉଜ
ବସୁଧା ଙ୍କ ଠାରୁ ସଂକେତ ପାଇଁ
ବନରୁ ଡାକିଲା ଗଜ
ଦିନ,ମାସ ଗଡି ବର୍ଷ ପୁରି
ଆସି ଅଛି ଏବେ ରଜ ।
କୁଆଁରୀ,ଯୁବତୀ ସବୁ ମିଳିମିଶି
ନାନା ଉପକରଣ ଘେନି
କରିଲେଣି ସଜ ବାଜ
ବରଷ କିଆ ଏହି ରଜ ପରବରେ
କରିବାକୁ ମଜ ମଉଜ ।
ଚୁଡ଼ି,ମାଳି,ଅଳତା, ମେହେନ୍ଦି ଲଗେଇ
ନାନା ଅଳଙ୍କାରେ ନଖ ଠାରୁ ଶିଖ
କରି ଛନ୍ତି ନିଜକୁ ସଜ ।
ଜ୍ୟାଷ୍ଟ ମାସର ମଧ୍ୟମ ଭାଗରେ
ଆଶାଡର ଏହି ଆଗମନ ରେ
ଆସି ଅଛି ବଲି ରଜ ।
ଗାଁ ବରଗଛ ତଳ ହୋଇ ପରିଷ୍କାର
ତହିଁ ଚମକୁଛି ଆଜି ମୁରୁଜ
ଅକଳନୀୟ କେତେ ଚିତ୍ର କଳା ରେ
ଭୂ ଦେବୀଙ୍କ ଦେହର ସଜ ।
ନାନା ରକ ମର ଫୁଲେ -ଗୋଲାପ କଡ଼ିରେ
ହଇଅଛି ଦୋଳି ସଜ
ବରଷେକ ପରେ ଖୁସିର ଲହରେ
ଆସିଅଛି ବଲି ରଜ ।
ଝଲସି ଯାଏ ଏ ଆଖିରେ ମୋର
ସେହି ଗଛତଳେ ନାନା ରକମର ଫୁଲେ
ହୋଇ ଥିବା ଯେତେ ସବୁ ସାଜ ସଜ
ଖୁସିରେ ଏମନ ଭରି ଯାଏ ମୋର
ଦେଖିଦେଲେ ଯେବେ
ସେମାନଙ୍କର ମଜ ମଉଜ ।
ଆକାଶର ତାରା ଭଳି ଚମକନ୍ତି
ଯେତେ ସବୁ - କୁଆଁରୀ,ଯୁବତୀ
ନିଜକୁ ନାନା ଅଳଙ୍କାରେ କରି ସଜ
ଦେଖିଲେ ସେ ଦୃଶ୍ୟ ଲାଗୁଛି ଏମିତି
ସତେଯେମିତି ଚାଲି ଆସିଅଛି
ମୁଁ କେଉଁ ପରି ରାଇଜ ।
ଏହି ରଜ ଶବ୍ଦ ଟିଏ ରଜସ୍ୱଳା ଠାରୁ
ଆସିଅଛି ସଭି କହନ୍ତି
ବିଶ୍ୱାସ ରହିଛି ହିନ୍ଦୁଙ୍କ ମନରେ
ନିଜେ ଭୁଦେବୀ କୁଆଡେ
ମିଥୁନ ସଂକ୍ରାନ୍ତିରେ ରଜସ୍ୱଳା ହୋଇଥାନ୍ତି ।
ମିଥୁନ ସଂକ୍ରାନ୍ତିର ପୂରୁବ ଦିନକୁ
ପହିଲି ରଜ ଯେ ବଳାନ୍ତି
ଏହି ଦିନରେ ହିଁ ଆଗାମୀ ତିନିଦିନ ପାଇଁ
ପିଠା ପଣା କେତେ ସ୍ୱାଦିଷ୍ଟ ବ୍ୟଞ୍ଜନ ନିମନ୍ତ
ମସଲା ଓ ନାନା ସାମଗ୍ରୀ ପ୍ରସ୍ତୁତ କରି ରଖନ୍ତି ।
ସେହିଥି ପାଇଁ ପରା ଏହି ପହିଲି ରଜ କୁ
ରଜର ସଜ ନାମେ ସଭିଁ ଜାଣନ୍ତି
ଦ୍ୱିତୀୟ ଦିବସେ ପଡୁଅଛି ପରା
ମକର ସଙ୍କରାନ୍ତିପୁଣି
ତୃତୀୟ ଦିବସେ ଭୁଦାହ ପୂଜା
ଏକଥା ସଭିଁଏ ଜାଣନ୍ତି ।
ଏହି ଦିନରେ ଚାଷୀ ଭାଇସବୁ
ଭୂମି ପୂଜା କରିଥାନ୍ତି
ମନେ ମନେ ଭୂଦେବିଙ୍କୁ ଡାକି
ଫସଳର ହେଉ ଉନ୍ନତି ।
ଚତୁର୍ଥ ଦିବସେ ବସୁମତୀ ସ୍ନାନ
ଏହି ଦିନେ ପଥରଟାକୁ ଲକେ
ମାଆଙ୍କ ରୂପ ଭାବି ଧଇଁ ଦିଅନ୍ତି ।
