STORYMIRROR

LALIT MOHAN DASH

Abstract Romance Inspirational

3  

LALIT MOHAN DASH

Abstract Romance Inspirational

ବନ ମହୋତ୍ସବ

ବନ ମହୋତ୍ସବ

1 min
160

ଆସିଲା ଜୁଲାଇ ପ୍ରଥମ ସପ୍ତାହ

ବନ କରେ ମହୋତ୍ସବ,

ଶ୍ରାବଣ ଛୁଇଁଲା ସଂସାରକୁ ସିନା

ଦିଶୁନାହିଁ ଜଳାର୍ଣ୍ଣବ l


ପ୍ରକୃତି ସର୍ଜନା କଲା ଧାତା ସିନା

ପ୍ରକୃତି ଛାଡ଼ୁଛି ଭବେ,,

ମୌସୁମୀ ଚାଲୁନି ଧରାରେ ପାହୁଣ୍ଡେ

ଶ୍ରାବଣୀ କାନ୍ଦୁଛି ଏବେ l


କାନ୍ଦୁଛି କାନନ ବନ ଉପବନ

ଟାଙ୍ଗରା ଭୂଇଁ କଇଁ କଇଁ,

ତିଥିରେ ଅତିଥି ଆସୁନି ମରତେ

କରତବ୍ୟ ଜ୍ଞାନ ନାହିଁ l


ପାଣି ଟୋପେ ନାହିଁ ପତ୍ରେ ଛିଞ୍ଚିବାକୁ

ଅତିଥି ସତ୍କାର ହେବ l

ସବୁଜ ବନାନୀ ଥାଉ ବା ନଥାଉ

ବନ ମହୋତ୍ସବ ହେବ l


ପୋଡ଼ି ମରୁଅଛି ନିଘଞ୍ଚ ଜଙ୍ଗଲ

ଚେର ମୂଳି ଯାଏ ଜଳି,

ଇଛାମୃତ୍ୟୁ ନିଏ ପ୍ରାଣୀ ଉଦ୍ୟାନଟା

ସମସ୍ୟା ଯାଉଛି ବଳି l


ଡ଼ହ ଡ଼ହ ଖରା ଶ୍ରାବଣ ମାସରେ

ଗମ ଗମ ବୁହେ ଝାଳ,

ଝମ ଝମ ରାଗ ରାଗିଣୀ ଶୁଭୁନି

ଟୋପେ ଟୋପେ ନାହିଁ ଜଳ l


କର୍ମ ହେଲା ବାମ ସବୁ କଲା କାମ

କହୁ ଆମେ ଭାଗ୍ୟଫଳ,

ବନ ମହୋତ୍ସବ ସପ୍ତାହ ଚାଲିଛି

ମିଳିବ ଅବା ସୁଫଳ l


ସାମାଜିକ ଜ୍ଞାନ ବୁଝିଲେ ଅଜ୍ଞାନ

ପରିବେଶ ନିରିମଳ,

ଉତ୍ସବ ମହତ୍ତ୍ୱ ବୁଝି ସାରତତ୍ତ୍ୱ

ଭବିଷ୍ୟ କର ଉଜ୍ବଳ l


ଜଙ୍ଗଲର ରକ୍ଷା ପ୍ରାଣୀଙ୍କ ସୁରକ୍ଷା

ନିଜ ପ୍ରତିରକ୍ଷା ଭାବି ,

ସବୁଜ କରି ଦେଶ ନିଅହେ ନିଃଶ୍ୱାସ

ଛାଇରେ ଢାଙ୍କି ପୃଥିବୀ ll



Rate this content
Log in

Similar oriya poem from Abstract