STORYMIRROR

Bidyadhar Mantry

Abstract Romance Classics

3  

Bidyadhar Mantry

Abstract Romance Classics

ଶ୍ରାବଣେ ଶ୍ରାବଣୀ

ଶ୍ରାବଣେ ଶ୍ରାବଣୀ

1 min
168

       


ଶ୍ରାବଣୀ ଗୋ,ଯେବେ ବି ଆସୁଛ,

ସଜାଇ ନିଜକୁ କଳା ମେତନୀ ରେ

ଟାଣି ମୁଣ୍ଡରେ ଓଢ଼ଣୀ

ବିଜୁଳି ଆଲୁଅ ର ଧାରେ ଧାରେ

ଘଡ଼ ଘଡି ର ଛାତି ଥରା ଶବଦରେ

ନାଚି ନାଚି ଜଣାଉଛ , ଏଇ ଦେଖ ମୁଁ ଶ୍ରାବଣୀ

ସାଥିରେ ସାଥିରେ ରହିଛି ଶ୍ରାବଣ।


ଯେବେ ବି ଆସିଛ

କିଛି ନ କହିବା ଆଗରୁ,

ତୁମ ଦରଶନ ପାଇ ମୟୂର ବିଭୋର

ପୁଚ୍ଛ ଟେକି ନୃତ୍ୟ ରେ ମଗନ।


ଯେବେ ବି ଆସୁଛ

ଲୁଚକାଳି ଖେଳ ଖରା ଓ ଛାଇ ର

ସାତ ରଙ୍ଗର ମିଶ୍ରଣରେ ତୋରଣ ତିଆରି

ଇନ୍ଦ୍ରଧନୁ ଦେଉଛି ସଙ୍କେତ

ଶ୍ରାବଣୀ ଆସିଛି,ଅଛି ଅତି ନିକଟରେ।


ଯେବେ ତୁମେ ଥାଇ ରାତି ନଇଁ ଆସେ

ଜୁଳୁଜୁୁଳିଆ ର ଆଲୋକ ଛିଟା ରେ

ବେଙ୍ଗୁଲି ର ହୁଳହୁଳି ଗୀତ ଓ ସଙ୍ଗୀତ

ଝିଣ୍ଟିକା ର ଟ୍ରିଁ ଟ୍ରିଂ ସ୍ୱର,ତୁହାକୁ ତୁହା

ଜଣାଉଛି,ଅତି ନିକଟରେ ଶ୍ରାବଣୀ ବୁଲୁଛି।


ଯେବେ ବି ଆସିଛ

ତୁମ ପାଦ ର ନୁପୁର ଧ୍ୱନୀରେ

ପ୍ରେମିକାର ମନ ବ୍ୟାକୁଳିତ

ଖୋଜୁଛି ଶ୍ରାବଣୀଆ ପ୍ରୀତି ପରଶ

ପ୍ରେମିକ ପ୍ରବର ବି କମ୍ ନୁହେଁ

ଶ୍ରାବଣରେ ପ୍ରିୟାର ଭିଜା ଦେହ ଆଶା

ଭିଜିବି ଯାଆନ୍ତି ଭୁଲି ନିଜ ତନ ମନ।


ଶ୍ରାବଣୀ ଗୋ,

ତୁମେ ଯେବେ ବି ଆସ

ଅନୁଭବ ହୁଏ,ଖୁସି ସବୁ ହାତ ପାଆନ୍ତl ରେ

ସତେ ଯେପରି,ଖୁସି ଘେରି

ଅଛି ଚାରି ପାରୁଶ ରେ


ଯେବେ ତୁମେ ଛୁଇଁ ଦିଅ

ମନେ ହୁଏ,ଶାନ୍ତିର ବାତାବରଣ

ହୃଦୟ ଭିତରେ

ଶୀତଳ ସମୀର ପରି,ତୃପ୍ତି

ଦେହ ଓ ମନରେ।


ଆଖି ଯେବେ ଲଭେ ତୁମରି ପରଶ

ମନେ ହୁଏ,ଛୁଇଁ ଅଛି ଶାନ୍ତି

ରୂପୀ ଶୀତଳ କିରଣ।


ତୁମ ଆଗମନ ର ସଙ୍କେତ

ଯେବେ ବି ମିଳୁଛି

ଏକ ଅହେତୁକ ଖୁସି,ତନ ଓ ମନରେ

ଆବାଳ ବୃଦ୍ଧ ବନିତା ବିଭୋର

ଖୁସି ଓ ଖୁସିରେ।


ଶ୍ରାବଣୀ ଗୋ,

ତୁମେ ଆସିଲା ପରେ ହିଁ

ଚଷା ଭାଇର ବ୍ୟସ୍ତ କାର୍ଯ୍ୟକ୍ରମ

ନିର୍ଘଣ୍ଟ ସମୟ ଭିତରେ

ଖୁସି ତ କହିଲେ ନ ସରେ

କ୍ଷେତରେ ସୁନାର ଫସଲ।


ତୁମେ ଆସିଲା ପରେ ପରେ

ବନ୍ୟ ପଶୁ ପକ୍ଷୀ ଜୀବ ଜନ୍ତୁ ଗଣ

ଆବର କୀଟ ପତଙ୍ଗ ତରୁ ଆଉ ତୃଣ

ତୃପ୍ତ ହେଲେ ପାନ କରି ମିଠା ମିଠା ଜଳ

ଦେଖିବାକୁ ମିଳେ ନାନା

ଜାତି ଫୁଲ ଆଉ ଫଳ।


ତୁମେ ହିଁ ଶ୍ରାବଣୀ

ତୁମର ଉପସ୍ଥିତିରେ,ପାର୍ବଣର

ଅୟମାରମ୍ଭ

ତୁମେ ଯେଉଁଠି ଥାଅ,ସବୁଠି

ଖୁସି ଓ ହରଷ

ସଭିଙ୍କ ପ୍ରିୟ ପସନ୍ଦ, ସବୁରି

ଓଠରେ ବି ହସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract