STORYMIRROR

Bidyadhar Mantry

Abstract Romance Inspirational

3  

Bidyadhar Mantry

Abstract Romance Inspirational

ମୌସୁମୀର ବୁନ୍ଦା

ମୌସୁମୀର ବୁନ୍ଦା

1 min
168

   


ମୁଷଳ ଧାରାରେ ମୌସୁମୀ ବର୍ଷାର ବୁନ୍ଦା

ଆକାଶରୁ ବର୍ଷାର ବୁନ୍ଦା ବୁନ୍ଦା ପାଣି

ଘର ଛାତରୁ ଟପ୍ ଟପ୍ ବର୍ଷା ପାଣି ବୁନ୍ଦା

ମୌସୁମୀ ବର୍ଷାର ବୁନ୍ଦା ବୁନ୍ଦା ପାଣିରେ

ଧରଣୀର ଶୋଷ ନିବାରଣ

ନିଦାଘର ଅସହ୍ୟ ତାପରୁ ତ୍ରାହି

ତୃପ୍ତ ଏବେ ପାନ କରି ବୁନ୍ଦା ବୁନ୍ଦା ପାଣି।


ମୌସୁମୀ ବର୍ଷାର ପାଣି ବୁନ୍ଦା ବୁନ୍ଦା

ତୃପ୍ତ ତରୁଲତା ,ତୃପ୍ତ ଶସ୍ୟକ୍ଷେତ୍ର

କୃଷକର ଆଖିରେ ଆଖିଏ ସ୍ବପ୍ନ

ଓଠରେ ଆଶାଭରା ହସ

ବର୍ଷକର ଦାନା ପ୍ରସ୍ତୁତି ପଥରେ

ମନୋହର ଶସ୍ୟକ୍ଷେତ୍ର , ସୁସ୍ଥ ପରିବେଶ।


ନିରୋଳା ନିରୋଳା ପ୍ରିୟା ଭିଜୁଅଛୁ

ଛାତ ଉପରେ, ବୁନ୍ଦା ବୁନ୍ଦା ବରଷା ପାଣିରେ

ଭିଜୁଅଛି ତନ ମନ ,ମନ ବି ଉଚ୍ଛନ୍ନ

ପ୍ରେମିକର ମନରେ ଲାଳସା

ଲୁଚି ଦେଖୁଅଛି ଭିଜା ଭିଜା ଦେହ

ରୋମାଞ୍ଚକର ସେ ଦୃଶ୍ୟ,ଶବ୍ଦର ଅଭାବ

କେତେ ଉନ୍ମାଦନା ଭାବର ଉଦ୍ରେକ

ମୌସୁମୀ ବର୍ଷାର ପାଣି ବୁନ୍ଦା ସହ।


ପ୍ରେମୀ ଯୁଗଳଙ୍କ ମିଳନ ଉତ୍ସବ

ବୁନ୍ଦା ବୁନ୍ଦା ବର୍ଷାର ପ୍ରୀତି ଇସାରାରେ

ମନରେ ଭରସା ଓ ଆଶା

ପାଣି ବୁନ୍ଦା ପରି,ଓଠର ହସ ବି ଛିଟିକି ପଡୁଛି

ଛିଟିକି ହସୁଛି, ବୁନ୍ଦା ବୁନ୍ଦା ବରଷାର ପାଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract