ପରୀକ୍ଷା
ପରୀକ୍ଷା
ତୁମ ଆଖିରେ ପାରୁନି
ମୁ ନଜର ମିଳାଇ
ମୋ ନିଜକୁ ଭୁଲିଯାଏ
ପାଖରେ ତୁମକୁ ପାଇ ।।
ସେଥି ପାଇଁ ମୋତେ ତୁମେ
କରିଛ ବାରଣ
ଶିର ଧାର୍ଯ୍ୟ ତୁମ କଥା
ତୁମେ ମୋ ପରାଣ ।।
ବୁଝୁନି ଅବୁଝା ମନ
ପାରୁନି ବୁଝାଇ
କେମିତି ଛାଡ଼ି ରହିବି
ଏ ହୃଦୟ କାନ୍ଦଇ ।।
ଯା, ବିନା କ୍ଷଣିକ ପାଇଁ
ପାରୁ ନାହିଁ ବଞ୍ଚି
ତା ବିହୁନେ କେମିତି ମୁଁ
ପାରିବି ବଞ୍ଚି! ।।
ମୋ ଆଗରେ ରଖି ଦେଲ
ଅଗ୍ନି ପରୀକ୍ଷା
ଉତ୍ତୀର୍ଣ୍ଣ ହେବିକି ନାହିଁ
ଯେବେ ହେବ ଦେଖା ।।
ଗାନ୍ଧାରୀ ହୋଇ ଆଖିରେ
ବାନ୍ଧି ଦେବୀ ପଟି
ତା ହେଲେ ନିଜକୁ ସମ୍ଭାଳି
ଭାବୁଛି ପାରିବିଟି ।।
ତୁମ ପାଇଁ ସବୁ କିଛି
ମୁଁ ପାରିବି କରି
ଟିକିଏ ମୋର ହାତକୁ
ସ୍ପର୍ଶ କରିବ ଧରି ।।
ଠାକୁର ଶୁଣିବେ ମୋର
ହୃଦୟ ର ଡାକ
ପୁଣି ହସି ଉଠିବ
ଆମେ ଦୁହେଁ ଏକ ।।
..... ×××.......

