ନିଶା
ନିଶା
ନାହିଁ ମୋର ଅଭିଳାଷ
ଟିକେ ଅଛି ଆଶା
ବୁଝି ମୁ ପାରୁନି ପ୍ରିୟା
ଏ କେମିତିକା ନିଶା।।
ଛୁଇଁନି ମାଦକ ବ୍ରବ୍ୟ
ଭାଙ୍ଗ ପଣା ଆଦି
କାହାକୁ କଣ କହୁଛି
ପାରୁନି ମୁ ଭାବି ।।
କେତେ ବେଳେ କାନ୍ଦୁଚି ତ
କେତେ ବେଳେ ହସୁଛି
ସବୁ ଆଡେ ମୋତେ ପ୍ରିୟା
ତୁମ ଛବି ଦିଶୁଛି ।।
କିଏ କହେ ପ୍ରେମ ରୋଗୀ
କିଏ କହେ ବାଇଆ
ବଇଦ ପାଖକୁ ଗଲେ
କୁହେ, ତୁ କେଡ଼େ ବେହିଆ।।
କାନ୍ଥ ଓ ବାଡ଼ରେ ଲେଖେ
ତୁମ ନାମ ଯୋଡ଼ିକି
ସମୁଦ୍ର ବେଳା ଭୂମିରେ
ଖୋଜେ ତୁମ ସ୍ମୃତି କି ।।
ନିଶା ମୁଁ ପିଇନି ଆଜି
ନିଶା ମୋତେ ପିଇଛି
ପ୍ରେମ ଏକ ବଡ ନିଶା
ସେଥିରେ ହଜି ଯାଇଛି ।।
ନା ଅଛି ଅସ୍ତିତ୍ୱ ମୋର
ନା ଅଛି ଠିକଣା
ସହିବାକୁ ପଡ଼ି ଥାଏ
ବହୁତ୍ ଏଠି ଯନ୍ତ୍ରଣା ।।
ଶେଷ ରେ ଗୋଟିଏ ଶବ୍ଦ
ଏ ମନ କୁହଇ
ଅଭିଧାନ ରୁ ପ୍ରେମିକ ଶବ୍ଦ
ମୋ ପାଇଁ ଅଟଇ ।।
ନାହିଁ ମୋର ଅଭିଳାଷ
ଟିକେ ଅଛି ଆଶା
ପ୍ରେମ ଅଟେ ଦୁନିଆ ର
ସବୁଠୁ ବଡ ନିଶା।।
ଏ ନିଶାରେ ପଡି ଗଲେ
ଭୁଲି ଯିବ ବସା
ଜୀବନ ରେ କରିବନି
କେବେ ପ୍ରେମ ନିଶା।।
..........×××.........

