ଆଗନ୍ତୁକ
ଆଗନ୍ତୁକ
ଶରୀର ଛୁଇଁ ନି ତମ
ଉପ ଭୋଗ କରିଛି !
ଯୌବନର ପ୍ରଥମ ସ୍ପର୍ଶ
ତୁମଠୁ, ମୁ ପାଇଛି ।।
ପାଦର ନୂପୁର ତମ
ରୁଣୁ ଝୁଣୁ ବାଜିଛି
ନିବସ୍ତ୍ର ତମ ତନୁକୁ
ଆଖି ଭାରି ଦେଖିଛି ।।
ଚପଳାମୀ ବୟସ ରେ
ବାଜି ଅଙ୍ଗେ ଅଙ୍ଗ
ଝରି ପଡ଼ିଛି ମକରନ୍ଦ
ପାଇ ପ୍ରିତୀ ସଙ୍ଗ ।।
କ୍ଷଣିକ ଆନନ୍ଦ କଣ
ଏ ପ୍ରେମର ଅନ୍ତ !
ଲୋଡ଼ା ନାହିଁ ଏ କାମନା
ମୁଁ ନୁହେଁ ଆଗନ୍ତୁକ ।।
ସମର୍ପି ଦେଇକି ତନୁ
ଚାଲି ଯିବ ମନୁ
ସୁଖ ପରେ ଦୁଃଖ ଥିବ
ଶରୀର କ୍ଲାନ୍ତି ଜାନୁ।।
ନିଷ୍କାମ ଭାବନା ପ୍ରେମ
ପରସୀବ ମୋତେ
ସରସ ସୁନ୍ଦର ହେବ
ଆମ ପ୍ରେମ ସତେ।।
ସୁନ୍ଦର ଶ୍ୟାମଳ ଅଙ୍ଗ
ପ୍ରସ୍ପୁଟିତ ଯୌବନ
ରଜନୀ ଗନ୍ଧା ସୁବାସ
ବହି ନିଏ ପବନ ।।
ମଳିନ ପଡ଼ିବ କାନ୍ତି
ରହିବନି ଚମକ
ବାଟ ଭାଙ୍ଗି ଚାଲିଯିବେ
ସରିଗଲେ ମହକ ।।
କଣ ଅଛି ସେ ପ୍ରେମରେ ?
ନାହିଁ ଯଉଠି ଶାନ୍ତି
ସେ ଜାଗାକୁ ଦେଖି ଛ କି ?
ତା ପାଇଁ ଅଶାନ୍ତି।।
ମୁଦ୍ରିତ ନୟନ ମୋର
ଆଙ୍କେ ତୁମ ଛବି
ତୁମ ଉପସ୍ଥିତି ନିତି
ଖୁସି ଆଣେ ଭାବି।।
ଏଇତ ପ୍ରକୃତ ପ୍ରେମ
ତୁମଠୁ ପାଇଛି
ମୋ ସପନେ ଆସିବନି
ରାଣ ମୁ ଦେଉଛି।।
କ୍ଷଣିକ ଆନନ୍ଦ କଣ
ଏ ପ୍ରେମର ଅନ୍ତ !
ଲୋଡ଼ା ନାହିଁ ଏ କାମନା
ମୁଁ ନୁହେଁ ଆଗନ୍ତୁକ ।।
.......×××.......

