ନିଃସ୍ଵାର୍ଥ ପ୍ରେମ
ନିଃସ୍ଵାର୍ଥ ପ୍ରେମ
ଦେଖା ଆମ ହେବ ନାହିଁ
କାଳେ, ହେଇଯିବ ପ୍ରେମ !
ମିଛରେ ଏ ଦୁନିଆ
କରି ଦେବ ବଦନାମ୍ ।।
ତୁମ ଦେହର ବାସ୍ନାରେ
ପ୍ରେମ ଜାଗି ଯିବ
ମଳୟ ପବନ ହୋଇ
ମୋ ଦେହେ ବାଜିବ।।
ଦେଖିନି ମୁ ବହୁ ଦିନୁ
ତୁମକୁ ପାଖରେ
ଅନ୍ତରେ ଦେଖୁଛି ନିତି
ହୃଦୟ ଚକ୍ଷୁ ରେ।।
ଅନୁଭବ କରି ପାରେ
ତୁମ ଉପସ୍ଥିତି
ସପନ ରେ ଆସ ତମେ
ପାଇବାକୁ ପ୍ରିତୀ ।।
ମନ ସାଥେ ମନ ମିଶେ
ଓଠ ସାଥେ ଓଠ
ଅନ୍ଧାର କୋଠି ଭିତରେ
ପଢ଼ାଅ ପ୍ରେମ ପାଠ ।।
ଏଇ ବୋଧେ ଜୀବନର
ନିଃସ୍ଵାର୍ଥ ପ୍ରେମ
ଲକ୍ଷେ ଯୋଜନ ରେ ଥାଇ
ମୋ ବାହୁରେ ଝୁମ ।।
କହି ବିନି ପାଟି ଖୋଲି
ମୁ ପାଏ ତୁମକୁ ଭଲ
ମୋ ଆଖିର ଆଇନରେ
ତମେ ହିଁ ତ ଥିଲ ।।
ତମ ଛଡ଼ା ଏ ଜୀବନେ
କାହାକୁ ଦେଖିନି
ଗାନ୍ଧାରୀ ସାଜିଛି ଆଜି
ଅନୁତାପ କରିନି ।।
ଉତ୍କଣ୍ଠିତ ଉଲ୍ଲାସିତ
ବ୍ୟାକୁଳ ଏ ମନ
ଅପେକ୍ଷା କରି ରହିଛି
କେବେ ଆସିବ ଧନ ।।
ଦେଖା ଆମ ହେବ ନାହିଁ
କାଳେ, ହେଇଯିବ ପ୍ରେମ !
ମିଛରେ ଏ ଦୁନିଆ
କରି ଦେବ ବଦନାମ୍ ।।
.......×××.........

