Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sk Sethy

Romance

3  

Sk Sethy

Romance

ଶାଶ୍ବତ ପ୍ରେମ

ଶାଶ୍ବତ ପ୍ରେମ

2 mins
200


ପ୍ରେମ ଚିରନ୍ତନ ପ୍ରେମ ହିଁ ଶାଶ୍ୱତ 

ପ୍ରେମ ହିଁ ଜୀବନ ଧାରା 

ପ୍ରେମ ବିନା ସୃଷ୍ଟି ଅଟେ ଅସମ୍ଭବ

ପ୍ରୀତି ପୀୟୁଷ ନିର୍ଝରା ।


ପ୍ରେମ ହିଁ ସାଧନା ପ୍ରେମ ଆରାଧନା

   ନାହିଁ ତାର ପରିସିମା

ଅସୁମାରୀ ଗାଥା ଗାଏ ଅନ୍ତରର

   ନ ଥାଏ ଜମା ଛଳନା ।


ପ୍ରେମ ହିଁ ପ୍ରେରଣା ପ୍ରେମ ହିଁ ଅନନ୍ୟା

  ପ୍ରେମ ଅଟେ ସର୍ବଂସ୍ୱହା

ପ୍ରେମ ହିଁ ସଂପର୍କ ପ୍ରେମ ହିଁ ବିଶ୍ୱ।ସ

  ପ୍ରେମ ହିଁ ଆଶା ଆକାଂକ୍ଷା ।


ପ୍ରେମରେ ନ ଥାଏ କାମନା ବାସନା

   ପ୍ରେମ ସବୁବେଳେ ସ୍ୱଛ

ଦାୟିତ୍ୱବୋଧର ଅନୁଶାସନଟେ 

   ସ୍ୱ।ର୍ଥ ତା ଆଗରେ ତୁଛ ।


ପ୍ରେମ ହିଁ ବନ୍ଧୁତା ପ୍ରେମ ହିଁ ପୂର୍ଣ୍ଣତା

   ପ୍ରେମ ଅଟେ ବାସ୍ତବତା 

ପ୍ରେମ ପରଶରେ ହୁଏ ପୁଲକିତ

   ଥିଲେ ଟିକେ ସରସତା ।


Rate this content
Log in

Similar oriya poem from Romance