STORYMIRROR

Bidyadhar Mantry

Romance Inspirational Others

3  

Bidyadhar Mantry

Romance Inspirational Others

ପ୍ରେମ ର ସଜ୍ଞା

ପ୍ରେମ ର ସଜ୍ଞା

1 min
206

ପ୍ରେମ ପାଇଁ କିଛି ଉପାୟ 

କିଛି ସୁତ୍ର ଖୋଜିବା ଅନାବଶ୍ୟକ

ଆପେ ଆପେ ପ୍ରେମ ହୋଇଯାଏ।


ପ୍ରଥମରେ ପ୍ରେମ ହେଲା ପରି ଅନୁଭବ 

ବେଦନା ଭରା ସାଗରରେ ସନ୍ତରଣ ର ସାହସ

କାହାକୁ ମନେ ପକେଇ ଆଖିରୁ ଲୁହ ଝରିବା

ଅନ୍ୟ ପାଇଁ ମରିବା କଥା ମନକୁ ଆସିବା

ପ୍ରେମର ଅୟମାରମ୍ଭ।


କଥାରେ ଓଲଟ ପାଲଟ

ଦର୍ପଣ ସହିତ ବନ୍ଧୁତା

ମନ ରେ ସବୁବେଳେ ମିଳନ ହେବା ପାଇଁ ଲାଳସା

କାହାର ହୃଦୟ ଭିତରେ ରହିବାର ଅନୁଭବ

ସ୍ଵପ୍ନରେ କାହାକୁ ଦେଖିବା 

ସ୍ଵପ୍ନରେ କାହାକୁ ଦେଖିବା ପାଇଁ ବ୍ୟାକୁଳତା

ନିଜକୁ ସମସ୍ତଙ୍କ ଠାରୁ ଭୁଲିଯିବାର ଅନୁଭବ

କାହାର ମିଠା ମିଠା ପରଶ ଅନୁଭବ ର ଆଶା

ପ୍ରେମର ପାଠ୍ୟ ଖସଡ଼ା।


କେହି ଜଣେ ହୃଦୟ ଭିତରେ 

ସବୁବେଳେ ସେହି ମତୁଆଲା ଭାବନା

ଛାଇ ପରି ପାଖେ ପାଖେ ରହିବା

କାୟ ମନ ବାକ୍ୟରେ

ଶୟନେ ସପନେ ଜାଗରଣେ 

ଚେତନ ଓ ଅବଚେତନ ଅବସ୍ଥାରେ

ହୃଦୟର ପ୍ରତି ଗଳିକନ୍ଦି ରେ

କାହାକୁ କିଛି ନ କହି ବି ବୁଝି ହୋଇଗଲେ

ଜଣାଶୁଣା ପାଗଳ ପରି

ଏଣେତେଣେ ବୁଲିବାକୁ ଭଲ ଲାଗିଲେ       

ଗହଳି ଭିତରେ ନିଜକୁ ଏକୁଟିଆ ଭାବିଲେ

ବୁଝି ଯିବାକୁ ହେବ,ପ୍ରେମ ହୋଇସାରିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance