STORYMIRROR

Lunar Das

Romance

3  

Lunar Das

Romance

ଏକ କପ୍ ଚାହା ରେ

ଏକ କପ୍ ଚାହା ରେ

1 min
180


ଏ ଶୂନ୍ୟତାଟା ବି ଖୁବ୍ ଆପଣାର ଲାଗେ

କାହା କଥା ଭାବିବାକୁ,

ଏଇ ଦେଖୁନ ସିର୍ଦ୍ଧାର୍ଥ !!

ବାହାରେ ମୌସୁମୀର ଦଲକାଏ ଆବେଗ

ଗୋଟି ଗୋଟି ହୋଇ ମେଞ୍ଚାଏ ବୁନ୍ଦାର

ଟୁପୁରୁ ଟାପର ଶବ୍ଦ

ଆଉ ମୋ ପାଣିଚିଆ ମନରେ

ପିଟି ହେଉଛି ଶ୍ରାବଣର ସିକ୍ତ ପବନ ।

ହାତରେ ଚାହା କପ୍

ଗ୍ରୀନ୍ ଟି ର ଉଠୁଥିବା ଧୂଆଁରେ

ତୁମେ ହିଁ ଛୁଇଁ ଯାଉଛ

ମୋ ମନର ଆକୃତିରେ

ଅନେକ ଉଷ୍ଣତାର ସମାରୋହ

ଏକ କପ୍ ଚାହାରେ .....।

ତାହାଲେ,

ତୁମେହିଁ ମୋ ମନର ମଣିଷ

ଏ ସିକ୍ତ ପ୍ଲାବନୀରେ

ନା ମୁଁ ତୁମକୁ କହି ପାରିଲି

ନା ତୁମେ ବୁଝି ପାରିଲ ।

ଦେଖନା ସିର୍ଦ୍ଧାର୍ଥ !!

ଗୋଧୂଳି ଲଗ୍ନରେ ଜହ୍ନ ବି ଦିଶୁନି

ଶ୍ରାବଣୀର ଝଙ୍କାରିତ ସ୍ୱରରେ

ଆକାଶର ମନରୁ ଜହ୍ନ ବି

ହଜିଯାଇଛି କେବେଠାରୁ

ଯେବେ ପୁଣି ଶରତ ସନ୍ଧ୍ୟାଟିଏ ଆସିବ

ପୁଣି ଝୁରି ହେବ

ବିଭୋର ମୁହୂର୍ତ୍ତରେ

ଅମାନିଆ ବି ସେ ପ୍ରେମର ଠିକଣା

ମୁହୂର୍ତ୍ତ ଟିଏ ବି କାହାକୁ ଅଜଣା ,

ଅଙ୍ଗୀକାର ବଦ୍ଧ ସେ

ମନକୁ ଆପଣାର କରିବାରେ ।

ସବୁକିଛିର ସୃଷ୍ଟି

ତୁମରି କଳ୍ପନାରେ

ପୁଣିଥରେ ତୁମେ ଅଭିମାନରେ

ଅଭିଯୋଗ କରି କହିବ ନାହିଁ ଯେ,

ମୁଁ କାହିଁକି ନାହିଁ ତୁମରୀ ରଚନାରେ ?

କେମିତି କହିଥାନ୍ତି ସିର୍ଦ୍ଧାର୍ଥ !!

ମୁଁ ଯେ କେବଳ ତୁମକୁ ଲେଖୁଛି ।

ମୁଁ ବି ଆଜି ମୌନତାକୁ ବରୀ ନେଇଛି

ଏବେ ତୁମେ ନିଜକୁ

ମୋ କବିତାରେ ଖୋଜ

ଯଦି ନିଜକୁ ମୋ ଶବ୍ଦରେ ପାଇଯିବ

ତେବେ ମୁଁ ଚିରତାର୍ଥ ହୋଇଯିବି ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance