କବିତା ଆଳାପ-15 (ଦ୍ଵିତୀୟ ସପ୍ତାହ) ଗୀତି କବିତା- ଆକାଶ
କବିତା ଆଳାପ-15 (ଦ୍ଵିତୀୟ ସପ୍ତାହ) ଗୀତି କବିତା- ଆକାଶ


ମୋର ମନ ଆକାଶରେ ତୁହି ସୁନା ଚଢେଇ,
ଜାଣେନା ମୁଁ କେତେବେଳେ କିଏ ଦେଲା ଉଡ଼େଇ |(ଘୋଷା)
ଓ଼ଠରେ ଭରିଛି ତୋର ମିଠା ମିଠା ହରସ,
ହୃଦୟରେ ଭରିଅଛି ପୀରତିର ପିୟୁଷ |
ମୋ ପାଇଁ ତୋ ସୁନା ଦେହ କିଏ ଦେଲା ଗଢେଇ ?
ମୋର ମନ ଆକାଶରେ ତୁହି ସୁନା ଚଢେଇ,
ଜାଣେନା ମୁଁ କେତେବେଳେ କିଏ ଦେଲା ଉଡ଼େଇ | ((1)
ଆଖିରେ ମୋ ଭରିଦେଲୁ ସପନର ଅଳକା,
ତୋ ପାଇଁ ଫୁଟିଲା ମନେ କୋଟି କୋଟି ତାରକା |
କହି ଦେ ତୁ ଯିବୁନାହିଁ ପ୍ରୀତିଡୋର ଛିଡ଼େଇ,
ମୋର ମନ ଆକାଶରେ ତୁହି ସୁନା ଚଢେଇ,
ଜାଣେନା ମୁଁ କେତେବେଳେ କିଏ ଦେଲା ଉଡ଼େଇ |(2)