"ଗୋଲାପ"
"ଗୋଲାପ"


କୋମଳ ପାଖୁଡ଼ା ଗୋଲାପଟେ ସିଏ,
ଦେହ ତାର କଣ୍ଟା ଭରା।
ଆଃ କି ସୁନ୍ଦର ନାଲି ଗୁଲୁ,ଗୁଲୁ,
ଦିଶୁଥାଏ ମନୋହରା।[୧]
ଗୋଲାପର କଣ୍ଟା ଫୁଟିଗଲେ ହାତେ,
ରକ୍ତ ଝରେ ଧାର, ଧାର।
ନାଲି, ହଳଦିଆ ବଗିଚାରେ ଫୁଟେ,
ଗୋଲାପ କେତେ ପ୍ରକାର।[୨]
ବାସ୍ନାରେ ତାହାର ଆକର୍ଷିତ ହୋଇ,
ଭ୍ରମର ପାଖକୁ ଆସେ। &n
bsp;
କଅଁଳିଆ ଖରା ପଡ଼ିଲେ ତା ଦେହେ,
କେଡ଼େ ସୁନ୍ଦର ସେ ଦିଶେ।[୩]
ମନର ମୋହକୁ ଆନ୍ଦୋଳିତ କରେ,
ପ୍ରେମର ପ୍ରତୀକ ସାଜି।
ରଙ୍ଗ, ରୂପ ତାର ଝଲସି ଉଠଇ,
ଯେବେ ପ୍ରେମିକ ହୁଅଇ ରାଜି।[୪]
ସବୁ ଫୁଲ ମଧ୍ୟେ ରାଣୀ ସାଜେ,
ସେଇ ନାଲି ଗୋଲାପ ଫୁଲ।
ଆଉ କେଉଁ ଫୁଲ ଦେଇପାରିବ ଯେ,
ଏଇ ଗୋଲାପ ଫୁଲର ମୂଲ।[୫]