STORYMIRROR

Sasmita Nishank

Tragedy

3  

Sasmita Nishank

Tragedy

ବିରହ

ବିରହ

1 min
240


ମାେ ପ୍ରେମ ଏକତରଫା ଥିଲା ସତ,                  

ହେଲେ ତମ ମନରେ ଯେ ମାେ ପାଇଁ କିଛି ନଥିଲା......    ଏଇଟା ମିଛ।                               

ତମେ ମତେ ଭଲପାଅ କି ନାହିଁ ଜାଣେନା,              

ହେଲେ ତମ ସ୍ମୃତିକୁ ମୁଁ ଆଜିବି ଭୁଲିପାରେନା।

ନା ମୋର ଅପେକ୍ଷାର ଅନ୍ତ ଘଟୁଛି,                  

ନା ତମର ଆସିବାର ସମ୍ଭାବନା ଦେଖା ଯାଉଛି।        

 ଏବେ ତ ଧିରେ, ଧିରେ ମାେ ଆଖିରୁ,।            

ଲୁହଭି ଶୁଖିଯାଉଛି।

କାରଣ ଯାହାବି ଥାଉ ଦୂରେଇ ଯିବାର,               

ହେଲେ ମୁଁ ଆଉ ଅପେକ୍ଷା କରିବିନି ତୁମ ଫେରିବାର।    

ହେଲେ ଏଇଟା ସତ କି........                    

ଆଜି ଭି ଏ ମନ ତୁମକୁ ଖୋଜୁଛି,                 

ଭିତରେ ଭିତରେ ଗୁମୁରି, ଗୁମୁରି କାନ୍ଦୁଛି।

ନିଜକୁ ନିଜେ ବାରମ୍ବାର ବୁଝେଇ ଚାଲିଛି,               

ହେଲେ ଏ ଅବୁଝା ମନ ମାେ କଥା କୋଉ ଶୁଣୁଛି???     

ଏବେ ତ ଧର୍ଯ୍ୟ ଭି ମତେ ପ୍ରଶ୍ନ ପଚାରି ଚାଲିଛି,           

ଏତେ ସାରା ଧର୍ଯ୍ୟ ତୋ ଭିତରେ........          

କୋଉଠି ସମାହିତ ହୋଇ ରହିଛି??? 

ଭଗବାନଙ୍କ ପାଖରେ କେବେ ଭି ତମକୁ ମାଗିନି,          

କିନ୍ତୁ ତୁମ ଶୁଭ ମନାସିବା ମୁଁ ଆଜି ଭି ଛାଡିନି।          

ବହୁତ୍ ଦିନ ହେଲା ତୁମକୁ ଦେଖିନି,                  

କିନ୍ତୁ ଏଇ ମନରୁ ତୁମର ପ୍ରତିବିମ୍ବ...........             

ମୁଁ ଆଜି ଭି ଲିଭେଇ ପାରୁନି।        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy