"ନାରୀର ଜୀବନ କାହାଣୀ"
"ନାରୀର ଜୀବନ କାହାଣୀ"
ସହଜ ନୁହଁଇ ନାରୀର ଜୀବନ,
ସହିବାକୁ ପଡ଼େ ଅନେକ କଷଣ। କେବେ ହୋଇଥାଏ ତାରା ଶୋଷଣ ତ.......
କେବେ ହୁଏ ଅପବାଦର ବର୍ଷଣ।[୧]
ଧରାପୃଷ୍ଟେ ଯେବେ ଜନ୍ମନିଏ ନାରୀ,
ସମସ୍ତେ କୁହନ୍ତି ଦୁଇ କୂଳକୁ କରିବ ସେ ପାରି।
ନିଜ ଆଶା, ଆକାଂକ୍ଷାକୁ ନିଜ ଭିତରେ ଯେ ମାରି,
ସଭିଙ୍କର ଦୁଃଖ ନିଅଇ ସେ ହରି।[୨]
ବାଲ୍ୟକାଳେ ଧୂଳି, ବାଲିରେ ସେ ଖେଳେ,
ଯୌବନ କାଳରେ ଅପବାଦକୁ ଡରି ଡରି ଚଳେ।
ବିବାହ ହୋମରେ ସ୍ଵପ୍ନ ତାର ଜଳେ,
ମାତୃତ୍ଵ ଲଭି ତା ସନ୍ତାନକୁ ପାଳେ।[୩]
ଦେଖେନାହିଁ ସିଏ ଆପଣ, ପର,
ଉଠାଏ ଘରର ସମସ୍ତ ଭାର।
ସଭିଙ୍କ ମୁହଁରେ ଦିଏ ଆହାର,
ନାରୀ ପାଇଁ ଘର ଲାଗେ ସୁନ୍ଦର।[୪]
ଶାଶୁ, ଶଶୁରଙ୍କ ସେବା କରିବାଟା ମାନଇ ଧର୍ମ,
ସକାଳୁ ସନ୍ଧ୍ୟା ଯାଏ କରୁଥାଏ ସିଏ ଘରର ନାନାଦି କର୍ମ।
ବିନା ମୂଲ୍ୟରେ ନିୟୋଜିତ କରେ ସାରା ଜୀବନର ଶ୍ରମ,
ବଦଳରେ ସିଏ ଚାହିଁଥାଏ ଖାଲି ଟିକେ ସ୍ନେହ, ଟିକେ ପ୍ରେମ।[୫]
