STORYMIRROR

Kabiratna Nutan Kumar Behera

Tragedy Classics Thriller

4  

Kabiratna Nutan Kumar Behera

Tragedy Classics Thriller

ହେ ସପନ ତୁମକୁ ମୋ ରାଣ

ହେ ସପନ ତୁମକୁ ମୋ ରାଣ

1 min
315


ହେ ସପନ ତୁମକୁ ମୋ ରାଣ

ତୁମେ ଆସନା ଏମିତି ନିସ୍ତବ୍ଧ ରାତ୍ରିରେ 

ଘନ ଅନ୍ଧାରରେ ମୋ ନିଦ୍ରା ଭାଙ୍ଗି

ହୁଏ ମୁଁ ଭାବପ୍ରବଣ ମନ ହୁଏ ଉଚ୍ଚାଟନ

ଅଙ୍ଗେ ଅଙ୍ଗେ ଖେଳ ଶିହରଣ 

ଉଜାଗରରେ ବିତେ ବିଶ୍ରାମ ମୁହୂର୍ତ୍ତ ସବୁ

ମୂଲ୍ୟବାନ ସମୟ ହୁଏ ଅକାରଣ

ହେ ସପନ ତୁମକୁ ମୋ ରାଣ

ବୟସର ଅୟସ୍ ନୁହେଁ ଏମିତି କିଛି

ଏକାଗ୍ରତାର ଲକ୍ଷ୍ୟ ଭୁଲି ପଥ ହୁଡ଼ି ଯିବା

ଭାବନାର ଏକ ଖିଆଲ୍ ରେ ବିଭୋର ହେବା

ତୁମେ ଆସି କରାଅ ମୋତେ ବ୍ୟତିବ୍ୟସ୍ତ

ବିବଶରେ ହୁଏ ମୁଁ ତୁମର ବଶ

ବିକ୍ଷିପ୍ତ ହୁଏ ମୋର ସଞ୍ଚିତ ଆଶା ଆକାଂକ୍ଷା

ନିଜକୁ କରି ପାରେନା ନିୟନ୍ତ୍ରଣ

ହେ ସପନ ତୁମକୁ ମୋ ରାଣ 

ମୋତେ ଲାଗେ ତୁମେ କରୁଛ ପ୍ରହସନ

ତୁମ ଉପରେ ନାହିଁ ମୋର ତିଳେ ବି ଭରସା

ସ୍ଥିରତାର ଦୃଢ଼ୋକ୍ତି କିଛି ନାହିଁ ତୁମର

ଅଚାନକ ଆସିବା ଯିବା ହୋଇଛି ତୁମର ପେଶା

ଅଯଥା ମୋ ଭିତରେ ଭରି ଦିଅ ନିଶା

ମୁଁ ଜାଣି ପାରେ ଏ ତୁମର ବାହାନା ପ୍ରବଞ୍ଚନା

ଠିକଣା ନ ଦେଖାଇ ହଜାଇ ଦିଅ ଠିକଣା

ତୁମ ହୃଦୟରେ ନାହିଁ ଟିକିଏ କରୁଣା

ଦେଇ ଚାଲ ଖାଲି ପ୍ରତାରଣା

ବାସ୍ତବତାଠାରୁ ଦୂରେଇ ଯାଇ କରାଅ ମ୍ରିୟମାଣ

ହେ ସପନ ତୁମକୁ ମୋ ରାଣ

ଆସିବ ଯଦି ଆସ ନେଇ ଏକ ଆହ୍ଵାନ

ମୋ ହୃଦୟରେ ସୃଷ୍ଟି ହେଉ ନବ ଜାଗରଣ

ମୁଁ ଗଢ଼ି ପାରିବି ଯେମିତି ଏକ ସୁନ୍ଦର ଜୀବନ

ଯଶ ଖ୍ୟାତି ସୁନାମ କରିବି ଅର୍ଜନ

ପ୍ରଶଂସାରେ କେବଳ କରିବି ତୁମ ଗୁଣଗାନ

ତୁମ ଉପରେ ରହିବ ନାହିଁ ମୋର ଆଉ ଅଭିମାନ

ବନ୍ଧୁ ଭାବେ ତୁମକୁ କରିବି ଗ୍ରହଣ

ଇପ୍ସିତ ଇଚ୍ଛା ମୋର ହେବ ନିଶ୍ଚିତ ପୂରଣ

ତୁମକୁ ଯଥେଷ୍ଟ ସମ୍ମାନ ଦେଇ କରିବି ଆମନ୍ତ୍ରଣ 

ତା' ପୂର୍ବରୁ କରି ରଖ ମୋତେ ସଚେତନ

ହେ ସପନ ତୁମକୁ ମୋ ରାଣ...।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy