ଦୁଃଖ
ଦୁଃଖ
ମଉଳା ଫୁଲର ବାସ୍ନା ନୁହେ ଦୁଃଖ
ନୁହେଁ ଢଳଢଳ ଲୁହ
ଦୁଖର ବରଫ ଜମାଟ ବନ୍ଧାସେ
ଅବ୍ଯକ୍ତ ଛାତିର କୋହ ।
ଶୁଭେନି କାହାକୁ ଦୁଃଖ ର ବିଳାପ
କରେ ସେ କେତେ ବିଦ୍ରୁପ
ନିଶବ୍ଦରେ ସେଇ ନିରୋଳା ଯାଗାରେ
ଛାଡିଦିଏ ତାର ଛାପ ।
ଲୂହ ବଦଳେର ଲହୁ ଯେବେ ଝରେ
ଦୁଃଖ ଟା ଯାଏନି ସରି
କ୍ଷତାକ୍ତ ଶରୀର ବିଷାକ୍ତ ମନରେ
ରହିଥାଏ ଘରକରି ।
ଜୀବନ ଆକାଶେ ଘୋଟେ କଳାମେଘ
ଦିନଟା ଅନ୍ଧାର ଲାଗେ
ସାତମେଘ ହୋଇ ଦୁଃଖ ବରଷଇ
ସୂର୍ଯ୍ୟାସ୍ତର ଅସ୍ତରାଗେ ।
ସମୟ ସ୍ରୋତରେ ଦୁଃଖ ବୋହିଯାଏ
ଶୂନ୍ଯତାର ବେଦନାରେ
ମିଛ ଆଶ୍ବାସନା ଦରଦୀ ମନରେ
ଉଦାସୀଆ ଜୀବନରେ ।
ଜୀବନ ଦୌଡରେ ଦୁଃଖ ଜିତିଯାଏ
ଅନ୍ଯାୟ ଅପକର୍ମ ରେ
ମିଛ ଗୌରବର ସମ୍ମାନ ମିଳଇ
ଆଉ କା ଆଖି ଲୁହରେ ।
ଅତଳ ସାଗର ଅଥଳ ଜଳରେ
ଯେବେ ଜୀବନଟା ଭାସେ
ଡହକ ଖରାର ତତଲା ବାଲିରେ
ଦୁଃଖ ଫିକ୍ ଫିକ୍ ହସେ ।
