ଅବ୍ୟକ୍ତ ବ୍ୟଥା
ଅବ୍ୟକ୍ତ ବ୍ୟଥା
ଅବ୍ୟକ୍ତ ବ୍ୟଥା ମାନସ କର୍ଣ୍ଣେ
କିମ୍ପା ପ୍ରକାଶିବି ଗହଳ ଜନେ ।
ଯେସନେ ଖଗ ବନ୍ଦୀ ଜୀବନେ
ହତସ୍ଥିତ ହୋଇରହେ ମଉନେ ।
ପଙ୍ଖ ମେଲାଇ କି ଉଡିପାରେ
ଗଗନେ ଚାହେଁ ସେ ନିସ୍ତବ୍ଧ ଭରେ ।
ଅଙ୍ଗେ ଅଙ୍ଗେ ତାର ବିଷାଦ ଭାବ
ଉଡ଼ିବା ଯେ ତାର ଅଟେ ସ୍ଵଭାବ ।
ପିଞ୍ଜରାର ମଧ୍ୟେ ଶିକୁଳୀ ଛନ୍ଦା
ପଡିରହିଥାଏ ନିତ୍ୟ ସେ ବନ୍ଧା ।
କାହାଣୀ ଦୁଃଖଦ ଭାଗ୍ୟ ଦୁଃଖଦ
ଆଦରି ନେଇଛି ସବୁ ବିବାଦ ।
କରେ ନାହିଁ ଆଶା ଉଡ଼ିବାର ନିଶା
ନାହିଁ ତା ମନରେ ଉତ୍ପନର ଭାଷା ।
କାହାଣୀ ଜୀବନର ନୟନେ ଦିଶେ
ଅଶ୍ରୁ ନିରନ୍ତର ନୟନ ଶୋଷେ ।
ଅଶ୍ରୁର ଧାରା କେ ଅନ୍ୟ ପରଖେ
ନିଜସ୍ଵ ଲୋକ କି ଏହା ନିରେଖେ ।
ଅବାଞ୍ଛିତ ଜୀବନ ଅପ୍ରୀତିକର
ନିଜସ୍ଵ କେହି ଛନ୍ଦ ପ୍ରକୃତିର ।
ବାର୍ତ୍ତା ଅନେକ ଅନେକ ଶବ୍ଦ
ଶ୍ରୋତାର୍ଥେ ସର୍ବେ ବିଜ୍ଞ ପବୃତ ।
ଅବ୍ୟକ୍ତ ବ୍ୟଥା ମାନସ କର୍ଣ୍ଣେ
କିମ୍ପା ପ୍ରକାଶିବି ଗହଳ ଜନେ ।
