ଲୁହ ଭିଜା ଲଫାପା
ଲୁହ ଭିଜା ଲଫାପା
ସାଜିଛି ଆଜି ମୁଁ ଜୀବନ ପ୍ରଛଦ୍ଦେ
ଅସଫଳ ଅଭିନେତା
ଭୁଲିଯାଉଅଛି ବ୍ୟାକୁଳତାର ଶୀର୍ଷେ ଥିବା
ସମ୍ବେଦନତା ର ଜୁଇଚିତା ।
ଦିଗନ୍ତ ବିସ୍ତାରେ ଶୂନ୍ୟତା ଯେ ପୁଣି
ଉଛ୍ଵସିତ ଭାବନା କରେ ଅତିଶୟ
ନିର୍ମମ ସମୟ ଚକ୍ରବ୍ୟୁହ ରେ ପେଷି ହୋଇଯାଏ
ଉଚ୍ଚାଟନ କରେ ହୃଦୟ ।
ପ୍ରୀତିର ଶେଫାଳି ମଉଳି ଯାଇଛି
ଶୁଖିଛି ସବୁଜ ଶିଉଳି
ଲଫାପା ଭିଜିଛି ଲୁହର ବର୍ଷାରେ
ନିରୀହ ହୃଦୟ ଯାଏ ଜଳି ।
ଆଖିର ନିର୍ଝର ପ୍ରପାତ ଝରୁଛି
ଧୋଇଛି ଆଖିର କଜ୍ଵଳ
ସ୍ମୃତି ର ଧୂଆଁରେ କୁହୁଳୁଛି ଆଜି
କାନ୍ଦୁଛି ଅଦୃଶ୍ୟ ମରାଳ ।
