STORYMIRROR

Gayatri Sahoo

Romance

4  

Gayatri Sahoo

Romance

ତାଙ୍କୁ ପରା ଭଲ ଲାଗେ

ତାଙ୍କୁ ପରା ଭଲ ଲାଗେ

1 min
374

ତାଙ୍କୁ ପରା ଭଲ ଲାଗେ                              

ବିନା ଚୂଟ୍କୁଲ୍ଲାରେ ବି ଆଜି କlଲି

ମୁଁ ମୁରୁକି ମୁରୁକି ହସେ   

ଆଇନାରେ ଯେବେ ନିଜ

ଚେହେରା କୁ ଦେଖେ

ଲାଜ ଭାରି ସତେ ଲାଗେ ।


ଦୁଷ୍ଟ ସେ ଆଇନା ପ୍ରଶ୍ନ କରେ

ଯେବେ ହସର କାରଣ ମୋର    

ଥର ଥର ଓଠେ କହି ମୁଁ ପକାଏ

ମୋ ଓଠରେ ହସ 

ତାଙ୍କୁ ପରା ଭଲ ଲାଗେ |


ସବୁଦିନ ପରି ଆଜିବି ଚୁଡିଦାର ସାଙ୍ଗେ ଦୁପଟ୍ଟl ପକେଇ ଥାଏ 

ଦୁଷ୍ଟ ସେଇ ସାଙ୍ଗ ମାନେ ମୋର ଚିଡେଇ କହନ୍ତି

କଣ ତୋତେ ଏମିତି ଗାଉଁଲି ଷ୍ଟାଇଲ ଭଲ ଲାଗେ               

ଅଳ୍ପ ହସି ମୁହେଁ ଉତ୍ତର ମୁଁ ଦିଏ କି ହଁ                   

ତାଙ୍କୁ ପରା ଭଲ ଲାଗେ |

                  

ସ୍ଥିର ,ନମ୍ର ,ଶାନ୍ତ ବ୍ୟବହାର ମୋର                      

ସଭିଏଁ ଜାଣନ୍ତି ଏ କଥା                           

ଜାଣି ଜାଣି ପୁଣି ପଚାରି ଦିଅନ୍ତି କାହିଁକି ଏ ନୀରବତା         

ସେ କାଁହୁ ବୁଝିବେ ଏଇ ମୋ ସ୍ୱଭାବ,                   

ତାଙ୍କୁ ପରା ଭଲ ଲାଗେ ।

                         

ଲମ୍ବା ମୋ କେଶରେ ବେଣୀ ବାନ୍ଧେ ଯେବେ               

ହସନ୍ତି ଦେଖି ସଭିଏଁ                              

ଫରକ ମୋତେ କିଛି ପଡ଼େନି କାରଣ                   

ତାଙ୍କୁ ପରା ଭଲ ଲାଗେ |

                       

ଓଠରେ ମୋ ହସ ମୋ ଆଖିର ସ୍ବପ୍ନ                    

ନୀରବତା ମୋ ମୁହଁ ର                            

କହନ୍ତି ମୋତେ ସେ ଏସବୁ କୁଆଡେ,                   

ତାଙ୍କୁ ପରା ଭଲ ଲାଗେ |     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance