STORYMIRROR

Gayatri Sahoo

Romance

3  

Gayatri Sahoo

Romance

ଅବିଶ୍ରାନ୍ତ ଜୀବନ

ଅବିଶ୍ରାନ୍ତ ଜୀବନ

1 min
145


ଅବିଶ୍ରାନ୍ତ ଜୀବନ ହଠାତ ସେଦିନ

ପ୍ରଶ୍ନ କଲା ହୃଦୟକୁ 

ଜଳି ଚାଲିଅଛୁ ଦୀପ ଭଳି କାଇଁ 

ଆପଣେଇ ତ୍ୟାଗ ଆଉ ତିତିକ୍ଷାକୁ ।।

କାହିଁ କେଉଁ ଅଜଣା ବାସ୍ନା ଟିକେ ପାଇଁ 

ଧୂପ ଟିଏ ହୋଇ ଜଳି ତୁ ଚାଲିଛୁ

କେଉଁ ହଜାରେ ମୁହୂର୍ତ୍ତକୁ ଭୁଲିବା ପାଇଁକି

ଗୋଟିଏ ମୁହୂର୍ତ୍ତକୁ ଜିଇଁ ଚାଲିଛୁ ।।

କାଳର ସ୍ରୋତରେ ଭାସି ତୁ ଯାଉଛୁ

ନ‌ଉକାଟିଏ ସାଜି 

ସାମ୍ନାରେ ଭଉଁରୀକୁମ୍ଭୀର ଟେ ପରି 

ରହିଛି ତୋ ବାଟ ଚାହିଁ।।

ଅନ୍ତର ତଳେ ତୋ ଘୋଟୁଛି କାଳିମା 

ଶୂନ୍ୟତା କରେ ମୂର୍ଚ୍ଛନା 

ଖିନ୍ ଭିନ୍ ହେଉଛି ଆଶା ପ୍ରୟାସ ତୋ 

ବୃଥା ଯେ ସମସ୍ତ ବେଦନା ।।

ଅକୁହା ବିଷାଦ ନିର୍ଝର ଟେ ହୋଇ 

ଲୁଚାଇ ଦେଉଛି ମୁହଁ 

ପ୍ରେମିକ ନିର୍ଝର ବୁଝି କି ପାରିବ 

ତୋ ଅନ୍ତର ତଳର କୋହ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance