ଭିଜାରାତ୍ରିର ବାସ୍ନା
ଭିଜାରାତ୍ରିର ବାସ୍ନା
ମୁଁ ଫୁଲ ନୁହେଁ ଯେ
ବାସ୍ନାରେ ଭରିଦେବି ତୁମ ମନ
ମୁଁ ଏମିତି ଏକ ସ୍ଵର
ମୋତେ ଅନୁଭବ କର,
ମୋତେ ଅନୁଭବ କର,
ଲିଭିଯିବ ଯନ୍ତ୍ରଣାର ଭୟ ।
ମୁଁ ଭ୍ରମର ନୁହେଁ ଯେ
ସରାଗରେ ଚୁମି ଦେବି ତୁମ ଓଠ
ମୁଁ ଏମିତି ଏକ ସ୍ଵପ୍ନ
ମୋତେ ଅନୁଭବ କର,
ମୋତେ ଅନୁଭବ କର....
ଗଢ଼ିଉଠିବ ପ୍ରେମର ସହର ।
ମୁଁ ପକ୍ଷୀ ନୁହେଁ ଯେ
ଶୂନ୍ୟରୁ ମହାଶୂନ୍ୟକୁ ଉଡ଼ିଉଡ଼ି ସମ୍ବାଦ ଆଣିବି
ମୁଁ ଏମିତି ଏକ ଦୂତ
ମୋତେ ଅନୁଭବ କର,
ମୋତେ ଅନୁଭବ କର....
ଦେଖିବ ! ତୁମ ସହ ଏ ପୃଥିବୀ ହସିବ ।
ମୁଁ କବି ନୁହେଁ ଯେ
ଗୁନ୍ଥିଦେବି ଶହସ୍ର କବିତାର ମାଳ
ମୁଁ ଏମିତି ଏକ ଆଶା
ମୋତେ ଅନୁଭବ କର,
ମୋତେ ଅନୁଭବ କର....
ଭାଙ୍ଗିବିନି କେବେବି ଭରସା ।
ମୁଁ କବିତା ନୁହେଁ ଯେ
ପ୍ରତିଥର ତୁମ ହୃଦୟ ମନ୍ଦିରେ ଭାବ ହୋଇ ଫୁଟିବି
ମୁଁ ଏମିତି ଏକ ରୂପ
ମୋତେ ଅନୁଭବ କର,
ମୋତେ ଅନୁଭବ କର....
ମିଳିଯିବ ମିଳନର ମାନେ ।
ମୁଁ ନଈ ନୁହେଁ ଯେ
ସାଗରୁ ମହାସାଗରକୁ ମିଶିବାର ଠିକଣା କହିବି
ମୁଁ ଏମିତି ଏକ ଛାଇ
ମୋତେ ଅନୁଭବ କର,
ମୋତେ ଅନୁଭବ କର....
ରହିଛି,ରହିଥିବି ତୁମରି ପାଇଁ ।।

