STORYMIRROR

Prakash Majhi

Romance Classics Inspirational

4  

Prakash Majhi

Romance Classics Inspirational

ଭିଜାରାତ୍ରିର ବାସ୍ନା

ଭିଜାରାତ୍ରିର ବାସ୍ନା

1 min
173

ମୁଁ ଫୁଲ ନୁହେଁ ଯେ

ବାସ୍ନାରେ ଭରିଦେବି ତୁମ ମନ

ମୁଁ ଏମିତି ଏକ ସ୍ଵର

ମୋତେ ଅନୁଭବ କର,

ମୋତେ ଅନୁଭବ କର,

ଲିଭିଯିବ ଯନ୍ତ୍ରଣାର ଭୟ ।


ମୁଁ ଭ୍ରମର ନୁହେଁ ଯେ

ସରାଗରେ ଚୁମି ଦେବି ତୁମ ଓଠ

ମୁଁ ଏମିତି ଏକ ସ୍ଵପ୍ନ 

ମୋତେ ଅନୁଭବ କର,

ମୋତେ ଅନୁଭବ କର....

ଗଢ଼ିଉଠିବ ପ୍ରେମର ସହର ।


ମୁଁ ପକ୍ଷୀ ନୁହେଁ ଯେ 

ଶୂନ୍ୟରୁ ମହାଶୂନ୍ୟକୁ ଉଡ଼ିଉଡ଼ି ସମ୍ବାଦ ଆଣିବି

ମୁଁ ଏମିତି ଏକ ଦୂତ

ମୋତେ ଅନୁଭବ କର,

ମୋତେ ଅନୁଭବ କର....

ଦେଖିବ ! ତୁମ ସହ ଏ ପୃଥିବୀ ହସିବ ।


ମୁଁ କବି ନୁହେଁ ଯେ 

ଗୁନ୍ଥିଦେବି ଶହସ୍ର କବିତାର ମାଳ

ମୁଁ ଏମିତି ଏକ ଆଶା

ମୋତେ ଅନୁଭବ କର,

ମୋତେ ଅନୁଭବ କର....

ଭାଙ୍ଗିବିନି କେବେବି ଭରସା ।


ମୁଁ କବିତା ନୁହେଁ ଯେ

ପ୍ରତିଥର ତୁମ ହୃଦୟ ମନ୍ଦିରେ ଭାବ ହୋଇ ଫୁଟିବି

ମୁଁ ଏମିତି ଏକ ରୂପ

ମୋତେ ଅନୁଭବ କର,

ମୋତେ ଅନୁଭବ କର....

ମିଳିଯିବ ମିଳନର ମାନେ ।


ମୁଁ ନଈ ନୁହେଁ ଯେ 

ସାଗରୁ ମହାସାଗରକୁ ମିଶିବାର ଠିକଣା କହିବି

ମୁଁ ଏମିତି ଏକ ଛାଇ 

ମୋତେ ଅନୁଭବ କର,

ମୋତେ ଅନୁଭବ କର....

ରହିଛି,ରହିଥିବି ତୁମରି ପାଇଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance