ଫେରାର ଫଗୁଣ
ଫେରାର ଫଗୁଣ
ସ୍ମୃତି ଅକାଶରେ -
ଜହ୍ନ ତ ଜଳୁଛି
ଭାଙ୍ଗୁଛି ପ୍ରେମର ବନ୍ଧ...
ସିନ୍ଥି ତଳେ ତୁମ -
ନିଖୋଜ ନାୟକ ମୁଁ
ପୋଡ଼ା ଫଗୁଣର ଗନ୍ଧ... Il
ଫେରାର୍ ଫଗୁଣ
ଲୁଟି ତ ନେଇଛି -
ମହର୍ଘ-ପ୍ରୀତି-ସନନ୍ଦ,
ତଥାପି କାହିଁକି......?!!
ତୁମ ହାତ ଦିଆ
ମଲା ଗୋଲାପରେ -
ଚହଟି ଯାଉଛି
ଛାତି ତଳ ମୋର
ମୃଦୁମନ୍ଦ ମୃଦୁମନ୍ଦ... Il

