STORYMIRROR

Satyanarayan Sahoo ( Neetu )

Romance Tragedy

3  

Satyanarayan Sahoo ( Neetu )

Romance Tragedy

ଅସମାହିତ

ଅସମାହିତ

1 min
185


ଅପରିବର୍ତ୍ତିତ ଜୀବନ-ବଣିଜ-

ଏବେବି ଚଳ ଚଞ୍ଚଳ 

ଛାତିରେ,ମାଟିରେ..

ବାଟରେ,ଘାଟରେ...

ଥାଟରେ,ପାଟରେ....

ଏବେବି ଜହ୍ନ ଉଏଁ, ଉଲକା ଡାକେ

ସକାଳ ସଂଜରେ ;

ଏବେବି ଭାତ ଫୁଟେ ଗବ୍ ଗବ୍

ଜନ୍ମରେ,ମୃତ୍ୟୁରେ...

ବୁଭୁକ୍ଷୁର ଭୋକିଲା ଛାତିରେ

ଟକମକ ଟକମକ ତାତିଲା ଲୁହରେ ll


ତମେ ଏବେବି ହସୁଛ,ବାସୁଛ...

ସିନ୍ଦୁରରେ,ସୋହାଗରେ...

ଚନ୍ଦ୍ରର ଚମତ୍କାର କଳଙ୍କ କୋଳରେ

ମୋ ପାଇଁ କିନ୍ତୁ ଅସମାହିତ ତୁମେ

ଅବର୍ତ୍ତମାନ ମୋ ପାଶେ, 

ଯଦିଓ ଚେଇଁଛ -

ମୋ ପ୍ରେମରେ.. ଆବେଗରେ..

ସ୍ଵପ୍ନରେ,ସ୍ପନ୍ଦନରେ...

ମୋ ଚିନ୍ତା ଓ ଚେତନାର

ଅୟୁତ ଅଳିନ୍ଦରେ...

ଏବେବି ଅସମାହିତ ତୁମେ

ମୋ ପ୍ରାରବ୍ଧରେ..... 

ମୋ ପରକାଳ ପ୍ରେତାତ୍ମାର

କଲିଜା ଫାଙ୍କରେ.,ll




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance