STORYMIRROR

Gayatri Sahoo

Romance

3  

Gayatri Sahoo

Romance

ପ୍ରେମ

ପ୍ରେମ

1 min
145

ପ୍ରେମ ର ସଂଜ୍ଞା ଯେବେ ସେ ମୋତେ ପଚାରେ 

ମୁଁ କହିଚାଲେ ଅନର୍ଗଳ

ଯେମିତି ପରୀକ୍ଷା ଖାତାରେ ଉତ୍ତର ଲେଖିଲା ପରି 

ଦେବଦାସୀ ପାଉଁଜି ର ରୁଣୁଝୁଣୁ ଶବ୍ଦ 

ଯେମିତି କାଳିଆ ର ମନ ମୋହେ

ଅବଢ଼ା କୁ ଚାହିଁଦେଲେ 

ଭକତର ମନ ଲୋଭେ

ଯେମିତି ସବୁ କଷ୍ଟ ଭୁଲିଯାଏ 

ତୋ ସହ ଭେଟ ହେଲେ

କେବେ କେବେ ରୁଷି ଯାଏ 

ବିନା କାରଣରେ

ଯେମିତି ଅଭିମାନ କରେ ତୋ ପାଖେ 

କିଛି କାମନା ଥିଲେ 

ହେଲେ ସବୁ କାମନା ଭୁଲି ମୁଁ ଯାଏ 

ତୋ ସହ ଥରେ ଦେଖା ହେଲେ

ଏଇ ବୋଧେ ପ୍ରେମ 

ଯାହା ମୋ ହୃଦୟ କୁହେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance