ମା
ମା


ମାଆ ତୁ ଶୁଷ୍କ ମରୁଭୂମେ
ଜୀବନର ସ୍ରୋତସ୍ବିନୀ ଧାରା
ତ୍ୟାଗ ତିତିକ୍ଷା ର ଅନ୍ୟ ନାମ ତୁହି
ସ୍ନେହ ଓ ପ୍ରେମରେ ଭରା ।
ହାସ୍ୟମୁଖୀ ସାଜି ମୁଖରେ ହରଷ
ବିତିଯାଏ କେତେ ବରଷ ବରଷ
ଆତ୍ମବଳୀ ଦେଇ ସ୍ବପ୍ନ ସବୁ ତୋର
ଓଠରେ ଭରାଉ ଚେତନାର ହସ ।
ସନ୍ତାନ ଲାଗି ତୋ ସହୁ ଯେ ଯନ୍ତ୍ରଣା
ପ୍ରତି ପାଦେ ଥାଏ ସମୟ ମନ୍ତ୍ରଣା
ନୟନ ଧାରେ ତୋ ଲୁହର ସିକ୍ତତା
ବକ୍ଷରେ କୋଳରେ ସାଇତା ମାତୃତା ।
ନିନ୍ଦା ଅପବାଦ ଭୁଲି କର୍ତ୍ତବ୍ୟ ତୁ କରୁ
ଚୁଲି ମୁଣ୍ଡେ ବିତେ ସମୟ
ତୋ ଦୁଃଖ ଯନ୍ତ୍ରଣା କେ ପାରି ନାହିଁ ବୁଝି
ଦେଇ ପାରିନି ତା ମୂଲ୍ୟ ।
ମାଆ ତୁ ଏକା ଏଇ ଦୁନିଆରେ
ପ୍ରେମର ଗୋଟିଏ ରାହା
ତୋ ଛଡ଼ା ସଂସାରେ ସ୍ୱାର୍ଥପର ସବୁ
ତ୍ୟାଗର ତୁ ଅଟୁ ଆହା ।