କରିଥିଲି ପ୍ରେମ ପାଇଗଲି ମୂଲ
କରିଥିଲି ପ୍ରେମ ପାଇଗଲି ମୂଲ
ପତ୍ନୀ ଥିଲା ମୋର ଭାରି ସ୍ବାଭିମାନୀ
ସଭିଙ୍କ ପାଇଁ ସେ ଭଲ
ସଭିଙ୍କୁ ନିଜର ଭାବେ ସଦା ସିଏ
ସଭିଙ୍କୁ କରେ ସେ ଗେଲ ।
ଗୁଣୁ , ଗୁଣୁ ହୋଇ ଗାଉ ଥାଏ ଗୀତ
ଖୋଜେ ସିଏ ଗଳା ବାଟ
ସୁଯୋଗ ସୁବିଧା ମିଳିଲା ମାତ୍ରକେ
ଘରୁ ଟାଣି ନିଏ ନୋଟ ।
ରୂପ ପାଇଁ ସଦା ହୁଏ ସେ ଫୁଲେଇ
ସଜ ବାଜ ହୁଏ ନିତି
ରଙ୍ଗ ବେରଙ୍ଗରେ ଓଠକୁ ସେ ମାଖେ
ଆଇନାକୁ ଦେଖି, ଦେଖି ।
ରୂପକୁ ନେଇ ସେ ଦେଖେ କେତେ ସ୍ୱପ୍ନ
ଭାବେ ସେ ସରଗ ପରୀ
ପ୍ରତି ଦିନ ଚାହେଁ ବାହାରେ ଘୁରିବି
ନୂଆ, ନୂଆ ଟୋକା ଧରି ।
ହେଉ ହ୍ଵାଟ୍ସଆପ ହେଉ ଫେସ୍ ବୁକ୍
ସବୁଥିରେ ତାର ଫୋଟ
ଲାଇକ କମେଣ୍ଟ ପାଇଲା ମାତ୍ରକେ
ହୋଇଯାଏ ସିଏ ମୁଗ୍ଧ ।
ହାଏରେ ବିଧାତା କେମିତି ଗଢ଼ିଲୁ
ଏମିତିକା ରୂପ ଦେଇ
ସବୁଦିନ ସିଏ ଫୁଲେଇ ହେଉଛି
ଯୌବନ ସାଥେ ସେ ଧାଇଁ ।
ଏ ରୂପ ଯୌବନ ନୁହଁ ଚିରସ୍ଥାୟୀ
ସିଏ ବା କାହିଁ ବୁଝିବ
ଆଜି ଅଛି ଆଜ୍ଞା କାଲିକି ନ ଥିବ
ଦିନେ ସିଏ ଲିଭିଜିବ ।
ସବୁ ନାରୀ କିନ୍ତୁ ଏମିତି ନୁହଁନ୍ତି
ଭୁଲ ଭାବିବନି ମୋତେ
ମୋ ପତ୍ନୀ ଆଜ୍ଞା ଯାହା ହେଉ ଅଛି
ଲେଖି ଅଛି ତାହା ସତେ ।।