STORYMIRROR

Chinmaya Kumar Nayak

Romance

4  

Chinmaya Kumar Nayak

Romance

ପ୍ରେମ ନିବେଦନ

ପ୍ରେମ ନିବେଦନ

1 min
208

ଚାଲ୍ ଗଢ଼ିବା ସ୍ୱପ୍ନର ସବୁଜ ନୀଡ଼ଟେ

ତୁ ହେବୁ ସେ ନୀଡ଼ର ଶାରୀ,

ତୋ ଆଖିରେ ହେବି ମୁଁ ଆଶାର ମୟୁଖ

ତୁ ହେବୁ ମୋ ସନ୍ଧ୍ୟା କାକଳି।


ତୋ ପ୍ରେମ ଝୋଟିଚିତା ସେଇ ଆଗଣାରେ

ସଦା ଝଟକିବ ନବ ରଙ୍ଗେ,

ଝାଞ୍ଜି ବୈଶାଖ ଭରା ଋତୁରେ ସାଜିବି

ମୁଁ ସିତ ଚନ୍ଦନ ତୋ ଅଙ୍ଗେ।


ସେଇ ରୋଷଶାଳାରେ ତୁ ଅଣ୍ଣପୂର୍ଣା ସାଜି

ବାଢ଼ି ଦେବୁ ଶାନ୍ତିର ବ୍ୟଞ୍ଜନ,

ପୂର୍ଣ୍ଣ ଆଶ୍ୱାସନାର ମୁଁ ସାଜିବି ମଳୟ

କରୁଥିବି ତୋ ହୃଦୟ ରଞ୍ଜନ।


ତୁ ସାଜିବୁ ଶୀତଳ ମସୃଣ ଚଟାଣ

ମୁଁ ନଭ ସମ ଛାତ ହେବି,

ତୁ ଫୁଟିବୁ ସୁଗନ୍ଧ ମଞ୍ଜୁଳ କୁସୁମ

ମୁଁ ସବୁଜ ଗାଲିଚା ହେବି। 


ତୁ ରଙ୍ଗୀନ ପରଦା ସାଜି ବାତାୟନେ

ଝୁମିଯିବୁ ମୋହିନୀଟେ ପରି,

ମୁଁ ତୋ ହୃଦୟ ଦୁଆରେ ସଦର ଦରଜା

ତୋତେ କରିବି ମୋ ମନ ପରୀ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance