STORYMIRROR

Samar Ballav Bhoi

Romance Others

4  

Samar Ballav Bhoi

Romance Others

ମୁଁ ଚିତ୍ର ଶିଳ୍ପୀ

ମୁଁ ଚିତ୍ର ଶିଳ୍ପୀ

1 min
271

ଥିଲା ସେ ସମୟ

ଥିଲା ସେହି ମଧୁୁୁୁର କଥା

ଥିଲା ଯେ ଆହୁରି ଲମ୍ବା କାହାଣୀର

ଅଡ଼ୁଆ ସୁତା ପରି କଥା

କଥା ନୁହେଁ ସେ ତ

ଲାଗୁଥିଲା ମୋତେ ସେ 

ଏକ କବିର କବିତା....।।

ତୁଳୀ ନାହିଁ କି ସେ ଦୃଶ୍ୟ ବି ନାହିଁ

ଖାଲି ପଡିଛି ଏଠାରେ ଚିତ୍ର ଶିଳ୍ପୀର

କେତୋଟି ପୁରୁଣା ସାଇତା ଚିତ୍ର.....।।

ତୁମ ରୁପରେଖ 

ତୁମ ଆଭୀମୁଖ୍ୟ 

ତୁମ ଲାବନ୍ୟା 

ତୁମର ଭାବଭଙ୍ଗୀ

ତୁମର ସେ ଲାଜୁଆ ହସ

ଚିତ୍ରଶିଳ୍ପୀ ପାରିନାହିଁ ଆଙ୍କି ଏପର୍ଯ୍ୟନ୍ତ.....

ଯଦିଓ ପାରୁଛି ଆଙ୍କି 

ତୁମ ଚିତ୍ରଟିଏ ମନର ତୁଳୀରେ

ଠିକ୍ ରୁପେ ଆସେ ନାହିଁ ତୁମ ସେହି

ସଦ୍ୟ ରକ୍ତିମ ଗୋଲାପର ମୁୁହଁଟି

ଅଦେଖା ଅଦେଖା ପରି ଲାଗେ ମୋତେ

ଏ ବିସ୍ମୃତିର ଡାୟିରୀରେ

କିନ୍ତୁ ମୁଁ ନୁହେଁ କବି

ଅଟେ ମୁଁ ଚିତ୍ରଶିଳ୍ପୀ

ତୁମ ସ୍ମୃତି ଭାବନା ବଗିଚାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance