STORYMIRROR

Bharatabandhu Biswal

Romance

4  

Bharatabandhu Biswal

Romance

ସ୍ମୃତି-ଫଗୁଣ

ସ୍ମୃତି-ଫଗୁଣ

1 min
226


ଶୀତ ଯିବାପରେ  ଆସିଅଛି ଫେରି

     ଫଗୁଣ ମଧୁର ସ୍ମୃତି

 ସବୁଜ ସୁନ୍ଦର  ଦେହ ମନ ପ୍ରାଣ

    ପଞ୍ଚମେ ପ୍ରକୃତି ଗୀତି ।

ରଙ୍ଗ ଅବିର ରେ ଚଉଦିଗ ପୂର୍ଣ୍ଣ

    ବିମାନେ ଦୋଳଗୋବିନ୍ଦ

ଦୋଳ ହୋରି ପର୍ବେ ଆନନ୍ଦିତ ମନ

    ଜନେ ସଙ୍କୀର୍ତ୍ତନ ମଗ୍ନ ।

ସରଗ ସୁଷମା ସାଉଁଟେ ମୋ ଗାଆଁ

   ପ୍ରିୟ ବନ୍ଧୁ ପରିଜନ

ଫଗୁଣ ପରଶେ ହୁଏ ନବନ୍ମେଷ

   ଉଲ୍ଲସି ଉଠଇ ପ୍ରାଣ ।

ମୋ ଗାଆଁ ର ମାଟି ବାସଇ ଚନ୍ଦନ

   ଆମ୍ରକୁଞ୍ଜେ କୁହୁସ୍ୱନ

ହଳଦୀ ବସନ୍ତ ତରୁ ଡାଳେ ବସି

  କରେ ଶୁଭ ସମ୍ଭାଷଣ ।

ଫୁଲେ ଫୁଲେ ରଙ୍ଗ ପ୍ରୀତିର ଫଗୁଣ

   ମଳୟେ ଚହଟେ ବାସ

ଲାଜେଇ ପ୍ରିୟା ମୋ ଡାକେ ହାତ ଠାରି

   ଆସ ପ୍ରିୟତମ ଆସ ।

ଶୟନେ ସ୍ୱପନେ ଅବା ଜାଗରଣେ

   ମଧୁ ଚାରୁ ଚିତ୍ରପଟ

ଜୀବନ ପ୍ରବାସେ ହୁଅଇ ଆତୁର

   ଫେରିବାକୁ ଛଟପଟ ।



Rate this content
Log in

Similar oriya poem from Romance