STORYMIRROR

ABADHOOT PANDA

Romance

4  

ABADHOOT PANDA

Romance

ସଂସାର ଓ କବିତା

ସଂସାର ଓ କବିତା

1 min
195


        

ଜ୍ୟୋତ୍ସ୍ନା ବିଧୌତ ସୁନେଲି ଶର୍ବରୀ କେତେ କଣ ଭାବିବାକୁ କୁହେ

ହାତରେ କଲମ ଧରି ଚଷମା ପିନ୍ଧି ମୁଁ ଚାହା କପ କୁ ଚାହିଁ ରହେ l

ଚା ଚୁମୁକରେ ହୋଇ ଆପ୍ୟାୟିତ ଗାରେଇ ଚାଲେ ସୃଜନୀ ଭାବ

ଘରଣୀ ଡାକନ୍ତି ଟିକେ ଆଣିବାକୁ ବଜାରୁ କିଣି ପରିବା ଦରବ l

କଲମ ରଖି ଗାଡି ଧରି ମୁହିଁ ମାଡ଼ି ଚାଲିଲି ମୁଁ ପାଖ ବଜାର ଆଡ଼େ

ସାରୁ ଆଳୁ ପରିବା କିଣି କୁଢ଼ାଇ ଦେଲି ଆଣି ସବୁ ହାଣ୍ଡି ଶାଳରେ l

ଫ୍ରିଜରେ ରଖି ଢାଙ୍କୁଣୀ ଦେଇ ନିଶ୍ଵାସ ମାରିଲେ ଶ୍ରୀମତୀ ମଣି ଆମ

ମୁଖା ଖୋଲି ହାତ ଧୋଇ ସାବୁନେ ବସିଗଲି ଧରି ମୁଁ ଖାତା କଲମ l

ଭାବର ଉଦ୍ରେକ ପରେ କଲି ପ୍ରୟାସ ସାରିବାକୁ ଲେଖା ଅଵଶିଷ୍ଟ

ଶେଷ ହେଲା ମୋ କବିତା ଲେଖା ଯେବେ ମନ ହେଲା ସନ୍ତୁଷ୍ଟ l

କାନ୍ଥ ଘଣ୍ଟାକୁ ଦେଲି ଚାହିଁ ସହସା ଇଶାରା କଲା ସେ ରାତି ବାରଟା

ଚେଇଁ ପହୁଡ଼ୁ ଉଠି ଶ୍ରୀମତୀ ଡାକ ପକେଇଲେ ଆସ ଖାଅ ପରଟା l

ଲେଖି ଲେଖି ମଗଜ ସାରି କ'ଣ ତାଡ଼ିପକେଇବ କୁହ ଟିକେ ଖୋଲି

ଏକୁଟିଆ ଘର କାମ କରି ବେଦମ ହୋଇ ଖଟି ଖଟି ମୁଁ ମରିଗଲି l

ବୁଢ଼ୀ ହୋଇଗଲି ତୁମ ଘରେ ଆଜି ଦେଖିପାରିଲିନି ବୋହୂର ମୁହଁ

ପୁଅ ଆସି ହେଲା ମୋ ଦରବୁଢ଼ା ବଥାଉନି ତୁମ ମୁଣ୍ଡ କାହିଁକି କୁହ?

ମୁଣ୍ଡଟା ଗଲା ମୋ ଘୁରେଇ ଗମ ଗମ ଝାଳେ ଓଦା ହେଲା ଦେହ

ତଳ ମହଲାର ସିଲିଂ ଫ୍ୟାନ ତଳେ ଶୁଖାଇଦେଲି ମୋ ଝାଳୁଆ ମୁହଁ

ଶ୍ରୀମତୀଙ୍କ ଶୁଷ୍କ ବଦନ ଦେଖି ଛାତି ଭିତରଟା ଗଲା ମୋର ଫାଟି

ବୁଝାଇ ସୁଝାଇ ଦେଲି ଆମ ଶ୍ରୀମତୀଙ୍କୁ ପଲଙ୍କେ ଶୁଆଇ ଖୁଆଇ

ପରଟା ଆଳୁଦମ ପେଟେ ନିଜେ ବାଢ଼ି ଖାଇ ନିଜକୁ ଦେଲି ଭୁଲାଇ l

ତେଲ ଲୁଣ ସଂସାରେ ସାହିତ୍ୟ ସାଧନା ନୁହେଁ ଏକ ବାଲିଘର ଖେଳ

ତଥାପି ମାତା ସରସ୍ବତୀ ଲକ୍ଷ୍ମୀଙ୍କୁ ଏକତ୍ରୀ କରଣେ କରିଛି ମୁଁ ପଣ l

ମଣୁଛି ନିଜକୁ ଗର୍ବିତ ଚାହିଁ ଆକାଶର ସ୍ୱର୍ଣ୍ଣାଭ ବିଧୁ କିରଣ ରେଣୁ

ଯାହାର ପରଶେ ପାଏ ଆଜି ଉତ୍ସ ମୁଁ ରଚିବାକୁ କାବ୍ୟକବିତା ଅଣୁ l

             


 






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance