STORYMIRROR

pawan Mohakul

Abstract Tragedy

3  

pawan Mohakul

Abstract Tragedy

କାନ୍ଦିବା

କାନ୍ଦିବା

1 min
201

କାନ୍ଦିବା ଗୁଣ ଟା ପାଖେ ଅଛି ବୋଲି 

ବିପଦ ପଡ଼ିଲେ କାନ୍ଦୁଛ

କାନ୍ଦି କାନ୍ଦି ତୁମେ ହାଲିଆ ହୋଇଲେ

ଭାଗ୍ୟ କୁ ହିଁ ଦୋଷ ଦେଉଛ ।

କାନ୍ଦି କାନ୍ଦି ତୁମେ ସବୁ ଠାକୁରଙ୍କୁ

ଦୋଷ ଦେବାରେ ଲାଗିଛ

ଭଗବାନ ହିଁ ମୋତେ କନ୍ଦେଇ ଦେଲେ 

ବାଟେ ଘାଟେ କହି ବୁଲୁଚ ।

ହସିବା ଗୁଣ ବି ପାଖେ ରହିଅଛି

ହସିବାକୁ ତୁମେ ଡରୁଛ

ଖୁସି ସମୟ ପାଖରେ ମିଳିଲେ

ହାତ ଛଡା କରି ଦେଉଛ ।

ହସିବା ବି ଭଗବାନ ଦେଲେ ବୋଲି

କହିବାକୁ ଭୁଲି ଯାଉଛ

ସୁନ୍ଦର ସଂସାରେ ମିଛରେ ମିଛରେ

ଦୁଃଖକୁ ଆଦରି ନେଉଛ ।

ଦୁଃଖ ସୁଖର ଦିନିଆ ଟା ଭାଇ

ଦୁଃଖ ପରେ ସୁଖ ଆସିବ

ଦୁଃଖ ସୁଖ କୁ ଆପଣାର କଲେ

ସୁନାର ସଂସାର ଗଢ଼ିବ ।



Rate this content
Log in

Similar oriya poem from Abstract