STORYMIRROR

Sagar Kumar Parida

Abstract

4  

Sagar Kumar Parida

Abstract

ଶୁଖିଲା ପ୍ରେମ

ଶୁଖିଲା ପ୍ରେମ

1 min
327

ପ୍ରେମରେ ଯାହା ହୁଅଇ ସମ୍ଭବ

ନୁହେଁ ଅନ୍ୟ କେଉଁଥିରେ,

ପ୍ରେମ ବଳେ ବନ୍ୟଜନ୍ତୁକୁ ମଣିଷ

ରଖିପାରେ ନିଜ ଘରେ।।

ପ୍ରକୃତ ପ୍ରେମର ମୋହିନୀ ଶକ୍ତିରେ

ସ୍ୱପ୍ନରେ ତୋଳଇ ଘର,

ସେହି ସ୍ବପ୍ନ ଦ୍ୱାରା ମଣିଷ ବୁଲଇ

ପାହାଡ଼ ବନ ନିର୍ଝର।।

ଶୁଖିଲା ପ୍ରେମର ଅବିଶ୍ୱାସ ଗନ୍ଧ

ଚାରିଦିଗକୁ ବାସଇ,

ପ୍ରତାରଣା,ରାଗ,ଛଳନାରେ ନର

ମାନବିକତା ଭୁଲଇ ।।

ଶୁଖିଲା ପ୍ରେମରେ ନ ପଡି ମାନବେ

ପ୍ରକୃତ ପ୍ରେମକୁ ଧର

ପ୍ରକୃତ ପ୍ରେମରେ ଦର୍ଶନ ପାଇବ

ସତ୍ୟ ଶାନ୍ତି ନିରାଧାର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract