ଅଭାବ
ଅଭାବ
ପେଟର ଭୋକ ଯେବେ
ମୁଣ୍ଡକୁ ଚଢ଼େ
ନାରୀର ଶରୀର ଯେବେ
ଟଙ୍କା ପାଇଁ ରାସ୍ତାରେ ଗଡେ
ଛୋଟ ପିଲାଟି ଘର ପରିବର୍ତ୍ତେ
ଯେବେ ରାସ୍ତାରେ ବଢ଼େ
ଅଭାବର ଭାବ କବିତାରେ ବଢ଼େ ।
ବୁଢା ବୁଢି ପାଇଁ
ଜେବେ ବୃଦ୍ଧାଶ୍ରମର ଲୋଡା ପଡେ
ପରିବାରର ଅଦରକାରୀ ଚାହିଦା ପାଇଁ
ଟେବୁଲ ତଳର ଆମଦାନୀ ବଢ଼େ
ସଂସ୍କାର ଉପରେ ଜେବେ
ରାଜାନୀତିରେ ଭାଷଣ ଉଡେ
ମାଟିରୁ ଜେବେ ଅମଣିଷ ଗଢ଼େ
ଅଭାବର ଭାବ କବିତା ରେ ବଢ଼େ ।
