STORYMIRROR

pawan Mohakul

Abstract Tragedy Inspirational

3  

pawan Mohakul

Abstract Tragedy Inspirational

କଣ କହିବି

କଣ କହିବି

1 min
208

ସତ କହିବି ନା ମିଛ କହିବି

ଦୁଃଖ କହିବି ନା ସୁଖ କହିବି

ଯାହା ହେଉଛି କହିବି

ନା ଯାହା ନ ହେଉଛି କହିବି

ଏ ଦୁନିଆରେ ତ ସବୁ ହେଉଛି

ସତ ସବୁ ଏଠି ମିଛ ହେଉଛି

ମିଛ ସବୁ ଏଠି ସତ ହେଉଛି

ବଡ ବଡ ଚୋର ଘୁରି ବୁଲୁଛି

ସାନ ସାନ ଚୋର ବନ୍ଧା ହେଉଛି

ଧନୀ ଏଠି ଯୋଜନା କୁ ଲୁଟି ନେଉଛି

ଗରିବ ବାପଟା ଚାହିଁ ବସିଛି

କଳା ବାଜାରି ଧନୀ ହେଉଛି

ଚାଷୀ ଏଠି ଆଜି ବିଷ ଖାଉଛି

ତିନି ବର୍ଷର ଝିଅ ବଳାତ୍କାର ହେଉଛି

ବଳାତ୍କାର ଆଜି ଘୁରି ବୁଲୁଛି

ନାରୀଟିଏ ବୁଲିବାକୁ ଡରୁଛି

କେମିତି ଚଳିବେ ମନେ ଭାବୁଛି

ମଦରେ ସାରା ଦେଶ ଭାସୁଛି

ମଦ ବେପାରୀ ଖୁସି ହେଉଛି

କେତେ କାନୁନ୍ ଏଠି ବସି ରହିଛି

ସବୁ କାନୁନ୍ ଅନ୍ଧ ହୋଇଛି

ଦୁନିଆରେ ଟଙ୍କା ବଡ ହେଇଛି

ମାନବିକତା ଆଜି ହଜି ଯାଇଛି

ସବୁ ସମ୍ଭବ ଅସମ୍ଭବ ହେଉଛି

ଅସମ୍ଭବ ସବୁ ସମ୍ଭବ ହେଉଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract