କଣ କହିବି
କଣ କହିବି
ସତ କହିବି ନା ମିଛ କହିବି
ଦୁଃଖ କହିବି ନା ସୁଖ କହିବି
ଯାହା ହେଉଛି କହିବି
ନା ଯାହା ନ ହେଉଛି କହିବି
ଏ ଦୁନିଆରେ ତ ସବୁ ହେଉଛି
ସତ ସବୁ ଏଠି ମିଛ ହେଉଛି
ମିଛ ସବୁ ଏଠି ସତ ହେଉଛି
ବଡ ବଡ ଚୋର ଘୁରି ବୁଲୁଛି
ସାନ ସାନ ଚୋର ବନ୍ଧା ହେଉଛି
ଧନୀ ଏଠି ଯୋଜନା କୁ ଲୁଟି ନେଉଛି
ଗରିବ ବାପଟା ଚାହିଁ ବସିଛି
କଳା ବାଜାରି ଧନୀ ହେଉଛି
ଚାଷୀ ଏଠି ଆଜି ବିଷ ଖାଉଛି
ତିନି ବର୍ଷର ଝିଅ ବଳାତ୍କାର ହେଉଛି
ବଳାତ୍କାର ଆଜି ଘୁରି ବୁଲୁଛି
ନାରୀଟିଏ ବୁଲିବାକୁ ଡରୁଛି
କେମିତି ଚଳିବେ ମନେ ଭାବୁଛି
ମଦରେ ସାରା ଦେଶ ଭାସୁଛି
ମଦ ବେପାରୀ ଖୁସି ହେଉଛି
କେତେ କାନୁନ୍ ଏଠି ବସି ରହିଛି
ସବୁ କାନୁନ୍ ଅନ୍ଧ ହୋଇଛି
ଦୁନିଆରେ ଟଙ୍କା ବଡ ହେଇଛି
ମାନବିକତା ଆଜି ହଜି ଯାଇଛି
ସବୁ ସମ୍ଭବ ଅସମ୍ଭବ ହେଉଛି
ଅସମ୍ଭବ ସବୁ ସମ୍ଭବ ହେଉଛି ।
