ଶୀତ
ଶୀତ
ଆଜିକାଲି ଅନୁଭବରେ ତୁ ଏକମାତ୍ର
ତୋର ସ୍ପର୍ଶରେ ବିଭୋର ସାରା ଜଗତ୍ର ।
ଅନୁଭବର ଠାକୁର ଓଢଣ ଲାଗି
ଦିଶନ୍ତି ସୁନ୍ଦର ଆଖି ଯାଏ ଲାଖି ।
ପ୍ରତିଟି ରାତିର ସଞ୍ଜ ନଇଁବା ପୁର୍ବରୁ
ଆସୁ ନିବିଡ଼ତା ବଢ଼ାଇ ସେଇ ମୁହୂର୍ତ୍ତରୁ ।
ତୋ ଭଳି ସ୍ପର୍ଶ ଆଉ କହ କେ ଦେବ
ତୋ ଭିତରେ ପ୍ରେମଫୁଲ ଫଲଗୁ ବୈଭବ ।
ସତ କହ ଏତେ ଭଲପାଇବା କୋଉଠୁ ପାଇଲୁ
ନିବିଡ଼ତା ଭାରେ ଭରି ମନ ପ୍ରାଣ ଉଲ୍ଲସିତ କଲୁ ।
ଅବଗୁଣ୍ଠନବତୀ ପରି ଆସୁ ଥିରି ଥିରି
ତୁ ଆସିଲେ ହୃଦୟ ହଲଚଲ ପକାଏ ସାତଫେରି ।
ଭଲଲାଗୁ ଲାଜବତୀ ମଉନାବତୀ ଶୀତ
ପାଗଳପ୍ରେମୀ ଟିଏ ତୁ ବୁଝିଥାଉ ଜୀବନ ସଂଗୀତ ।
ତୋ ଭିତରେ ଏତେ ଛନ୍ଦ ଲୟ ଅଳଙ୍କାର
ଭଲଲାଗେ ରାତିସାରା ଆଲିଙ୍ଗନ ତୋର ।
କେବେ କେବେ ଅଭ୍ୟର୍ଥନା ରେ ଅନ୍ତର୍ଦାହ ଦେଇ
ସାଜୁ ବଇରୀ ଶୀତ କହ କାହିଁ କାହା ପାଇଁ ।
ସ୍ମୃତି ଛାଡିଯାଉ ହୃଦୟେ ଅନେକ ଅନେକ
ବିସ୍ମୟ ବିଜଡିତ ପଲକ ଖୋଜେ ।
ଆସନ୍ତୁକି ପୁଣି ଅଚାନକ ସାଜି ବଣିକ
ବଦଳାଇ ଦେଇ ସବୁରି ପାରିପାର୍ଶ୍ୱକ ଅବସ୍ଥା ଫଳକ।

