STORYMIRROR

pawan Mohakul

Tragedy Inspirational

3  

pawan Mohakul

Tragedy Inspirational

ଛାଇ

ଛାଇ

1 min
194

ଏକା ଯାଉଥିଲି ଆଗକୁ ଆଗକୁ 

ସାଥିରେ ନଥିଲେ କେହି...

ଅନେକ ଭାବନା ଅନେକ କଳ୍ପନା 

ଚିନ୍ତା ଚେତନା କୁ ନେଇ...

ଅନୁଭବ କଲି ଆଉ କିଏ ଜଣେ 

ସାଥେ ସାଥେ ମୋର ଯାଉଛି...

ବସିଲେ ବସୁଛି ଉଠିଲେ ଉଠୁଛି 

ପାଖେ ପାଖେ ମୋର ରହୁଛି...

ପଚାରିଲେ ମୁହିଁ କିଏ ତୁମେ ଭାଇ 

ପାଖେ ପାଖେ ମୋର ରହୁଛ...

ବସିଲେ ବସୁଛ ଉଠିଲେ ଉଠୁଛ 

ପାଦେ ପାଦ ଦେଇ ଚାଲିଛ...

ସ୍ମିତ ହସିଦେଇ ଉତ୍ତର ଦିଅଇ 

ମୁଁ ଅଟେ ତୁମର ଛାଇ...

ତୁମେ ଏକା ମୋର ମୁଁ ଅଟେ ତୁମର 

ଯେତେ ଦିନ ବଞ୍ଚିଥାଇ..

ହସିଲି କହିଲି ଆହେ ଛାଇ ଭାଇ 

ମୋର ପଛେ କିଆଁ ଆସ...

ହସି ହସି ମୋତେ ଛାଇ ବୁଝାଇଲା 

ମୁଁ ଅଟେ ତୁମର ଶେଷ...

ସବୁ ସାଥି ତୁମ ଛାଡ଼ି ଚାଲିଯିବେ 

ଯିଏ ଯାହାର ବାଟରେ...

ଶେଷ ପର୍ଯ୍ୟନ୍ତ ସାଥିଟିଏ ହୋଇ 

ରହିଥିବି ତୁମ ସାଥିରେ...

ବୁଝିଗଲି ମୁହିଁ ମୋ ଛାଇ କଥାକୁ 

ଛାଇ ସହ ବନ୍ଧୁ ବାନ୍ଧିଲି...

ଏକୁଟିଆ ମୁହିଁ କେତେବେଳେ ନାହିଁ 

ସରଳ କଥାକୁ ବୁଝିଲି...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy