STORYMIRROR

Hitesh Mohapatra

Abstract Tragedy

3  

Hitesh Mohapatra

Abstract Tragedy

ଶୋଷ

ଶୋଷ

1 min
218


କେତେ ଆସିଥିଲେ କେତେ ଆସିବେ 

ଯିବେ ଭି ସେହି ପ୍ରକାରେ 

କ୍ଷଣସ୍ଥାୟୀ ଏ ପୃଥିବୀରେ 

କିଏ ବା କାହାକୁ ପଚାରେ । ୧ 

ଗୋଟେଇ ଗୋଟେଇ ଘଡ଼ା ଭରୁ ଭରୁ 

ଦିନେ , ନିଜେ ହୋଇଯାଉ ବାହାର 

ଏତିକି ଟିକକ ବୁଝିବା ପାଇଁ 

ଆଉ, କେତେ ଜନ୍ମ ଦରକାର । ୨ 

ଶୋଷ ଏକ ଏମିତିଆ ପ୍ରବୃତ୍ତି 

ଯାହାର ନାହିଁ ଅନ୍ତ 

ତଥାପି ମୁଁ ଗୋଟେଇ ଚାଲିଛି 

କରି ନିଜକୁ ଅଶାନ୍ତ । ୩ 

ସବୁ ଜାଣେ ପଢେ 

ସବୁ ବୁଝିଲା ଭଳି , ଅନ୍ୟକୁ ବୁଝାଏ 

ନିଜର ପାଳି ପଡିଲା କ୍ଷଣି 

ଅବୁଝା ଭଳି , ମରୀଚିକା ପଛରେ ଧାଉଁ ଥାଏ । ୪ 


Rate this content
Log in

Similar oriya poem from Abstract