STORYMIRROR

Basanti Pattnaik

Tragedy

3  

Basanti Pattnaik

Tragedy

ସମୟ ଓ ଜୀବନ

ସମୟ ଓ ଜୀବନ

1 min
252

ଜୀବନ ଯାତ୍ରାଟା କେତେ ଯେ ଗହୀର

ଜାଣି ତ ହେଉନି ନିଜ କିଏ ପର ଯେ'

ସଂସାର ଭିତରେ ମଣିଷ ଧାଉଁଛି

ଯୁଆଡ଼େ ଦେଖିବ ସିଆଡେ ଚାଲୁଛି ଯେ'

ଆଜିର ଦୁନିଆ ବଡ଼ ତ ଜଟିଳ

ଧନର ପଛରେ ସମସ୍ତେ ପାଗଳ ଯେ'

ଆଜିର ସମାଜେ ମଣିଷ ଖୋଜୁଛି

ସତ୍ୟ ଶାନ୍ତି ପ୍ରୀତି ସବୁ ତ ହଜୁଛି ଯେ'

ମଣିଷକୁ ଆଜି ମଣିଷ ଡରୁଛି

ବିଶ୍ୱାସ ପ୍ରେମଟା ହରାଇ ବସୁଛି ଯେ

ପରିବାର ସ୍ୱର୍ଗ ଭୁଷୁଡି ପଡୁଛି

ସମ୍ପତ୍ତି ଲୋଭଟା ମାଡ଼ି ତ ବସୁଛି ଯେ'

ସମୟର ବେଗ ଧାଇଁ ତ ଚାଲୁଛି

ଅଭିନୟ କରି ଥକି ତ ପଡୁଛି ଯେ'

ରୋଗ ବ୍ୟାଧି ପାପ ସମାଜେ ଗ୍ରାସୁଛି

କରାଳ ଗ୍ରାସରେ ମଣିଷ ସିଝୁଛି ଯେ'!



Rate this content
Log in

Similar oriya poem from Tragedy